ସରସ୍ୱତୀ ଶିଶୁ ମନ୍ଦିରରେ ଅଭିଭାବକ ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ବାଟିକା ଓ ବିଦ୍ୟା ମନ୍ଦିର ସ୍ତରୀୟ ଅଭିଭାବକ ବୈଠକ ପ୍ରଧାନ ଆଚାର୍ୟ୍ୟ ସନାତନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ରମବର୍ଦ୍ଧିଷ୍ଣୁ କରୋନା ମହାମାରୀ ପରିପ୍ରେକ୍ଷୀରେ ଅନୁଷ୍ଠାନର ଶୈକ୍ଷିକ ବ୍ୟବସ୍ଥା, ପୁନଃ ନାମଲେଖା ତଥା ଶୈକ୍ଷିକ ପ୍ରଗତି ଓ ସ୍ଥିତି ବିଷୟରେ ସମୀକ୍ଷା ତଥା ଆଲୋଚନା କରାଯାଇଥିଲା । ଏଥିରେ ପରିଚାଳନା ସମିତି ସମ୍ପାଦକ ପ୍ରତାପ ବହିଦାର, ସହ ପ୍ରଧାନ ଆଚାର୍ୟ୍ୟ ବିଭୁତି ଭୂଷଣ ପଣ୍ଡା, ଶିଶୁ ବାଟିକା ପ୍ରମୁଖା ବବିତା ମାହାଣା ପ୍ରମୁଖଙ୍କ ସମେତ ଆଚାର୍ୟ୍ୟ ଆଚାର୍ୟ୍ୟା ଯୋଗ ଦେଇଥିଲେ ।

Leave A Reply

Your email address will not be published.