oom

ଢେରାଡୁନରେ ରାଜ ପରିବାର ପକ୍ଷରୁ ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୦୯ ତମ ଜୟନ୍ତୀ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା.୩୧.୦୩.୨୦୨୧ରେ ଢେ଼ରାଡୁନରେ ରାଜ ପରିବାର ପକ୍ଷରୁ ଗୁରୁଜୀ ଶିବବାଳା ଯୋଗୀଙ୍କ ଆଶ୍ରମରେ ପାଟଣା ମହାରାଜା ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ରାଜନ୍ଦ୍ରେ ନାରାୟଣ ସିଂହଦେଓଙ୍କ ୧୦୯ତମ ଜୟନ୍ତୀ ମହାସମାରୋହରେ ପାଳନ ହୋଇଥିଲା । ପୁତ୍ର ଓଡିଶା ରାଜ୍ୟ ବିଜେଡି ଦଳର ବରିଷ୍ଠ ନେତା ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ତାଙ୍କ ଭଉଣୀ କ୍ରିଷ୍ଣାକୁମାରୀସିଂ, ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ବିଜେଡି ନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ବଧୂ ଆଦ୍ରିଜା ମଞ୍ଜରୀ ସିଂହଦେଓ, ଭଉଣୀଙ୍କ ପୁତ୍ର ଚଳଚିତ୍ର ଅଭିନେତା ଚନ୍ଦ୍ରଚୁଡ ସିଂ, ତାଙ୍କ ପୁତ୍ର ଶରଣଜୟ ସିଂ ପ୍ରମୁଖ ଉପସ୍ଥିତ ରହି ପାଟଣା ମହାରାଜାଙ୍କ ଜୟନ୍ତୀ ବାସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.