ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଦ୍ୱାରା ସ୍ୱୟଂ ସହାୟକ ବ୍ଲକ ଓ ଜିଲ୍ଲା ସ୍ତରୀୟ ଫେଡେରେସନ୍‌ ପ୍ରେସିଡେଣ୍ଟ, ସେକ୍ରେଟେରୀ ଓ ଆଗୁଆ ମେମ୍ବର ମାନଙ୍କୁ ନେଇ ଏକ ଦିବସୀୟ ତାଲିମ୍‌ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଟ୍ରେନିଂ ସେଣ୍ଟର କକ୍ଷରେ ଜିଲ୍ଲା ସ୍ତରୀୟ ଫେଡେରେସନ୍‌ ପ୍ରେସିଡେଣ୍ଟ, ସେକ୍ରେଟେରୀ ଓ ଆଗୁଆ ମେମ୍ବର ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଗତ ତା.୩୧.୦୩.୨୦୨୧ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ବ୍ଲକ ଓ ଜିଲ୍ଲାରୁ ୫୦ ଜଣ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାସ, ଡି.ସି.ପି.ଓ. ଶ୍ରୀମତୀ ଲକ୍ଷ୍ମୀ ସିଂ, ମୀନାକ୍ଷୀ ପୁରୋହିତ, ପୂର୍ବତନ ଶିଶୁ ମଙ୍ଗଳ ସମିତି ସଭ୍ୟ, ସୁମନ ଦ୍ୱିବେଦୀ, ଡି.ପି.ଏମ୍‌. ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କର ଅଧିକାରକୁ ଅକ୍ଷୂର୍ଣ୍ଣ ରଖିବା ନିମିତ୍ତ ପ୍ରଣିତ ଆଇନ ଯଥା – କିଶୋର ନ୍ୟାୟ (ସୁରକ୍ଷା ଓ ଯତ୍ନ) ଆଇନ, ୨୦୧୫, ଯୌନ ବ୍ୟଭିଚାର ଓ ସୁରକ୍ଷା ନିୟମ ୨୦୧୨, ବାଲ୍ୟ ବିବାହ ନିଷେଧ ଆଇନ ୨୦୦୬, ଶିଶୁ ଶ୍ରମ ନିରୋଧ ଆଇନ ୧୯୮୬ ଓ ସମନ୍ୱିତ ଶିଶୁ ସୁରକ୍ଷା ସେବା କାର୍ଯ୍ୟକ୍ରମ ଉପରେ ଶ୍ରୀମତୀ ମୀନାକ୍ଷୀ ପୁରୋହିତ, ସୁମନ ଦ୍ୱିବେଦୀ, ଦିଗମ୍ବର କର, ସାରିକା ପୁରୋହିତ ବିସ୍ତୃତ ଆଲୋଚନା ପୂର୍ବକ ଫେଡେରେସନର କର୍ମକର୍ତ୍ତାମାନଙ୍କର ଉତ୍ତର ଦାୟୀତ୍ୱ ଓ ଭୂମିକା ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଘଟୁଥିବା ବିଭିନ୍ନ ପ୍ରସଙ୍ଗ ଭିତ୍ତିକ ଅସୁବିଧା ଉପରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀ ସିଂ ଆଲୋଚନା ପୂର୍ବକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ସମ୍ଭାଷଣରେ ଜିଲ୍ଲାରେ ଥିବା ବିଭିନ୍ନ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ତାଲିମ ପ୍ରଦାନ କରି ଆସୁଛନ୍ତି ଆଜିର ଏଇ ଫେଡେରେସନରେ ଭାଗ ନେଇଥିବା ମାଆ ମାନେ ଆହୁରି ଗ୍ରାମାଞ୍ଚଳ ସ୍ତରରେ ବାର୍ତ୍ତା ପହଞ୍ଚାଇ ଶିଶୁମାନଙ୍କର ଅଧିକାରକୁ ଅକ୍ଷୂର୍ଣ୍ଣ ରଖିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ସର୍ବ ଶେଷରେ ଦିଗମ୍ବର କର ଆଇନ ପରିବିକ୍ଷ ଅଧିକାରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ଯଥା – ପି.ଓ.ଆଇ.ସି. ଚୁଡାମଣି ପଣ୍ଡା, ପି.ଓ.ଏନ୍‌.ଆଇ.ସି. ସୁଧାଂଶୁ ଶେଖର କୁମ୍ଭାର, ଏସ୍‌.ଡବ୍ଲୁ. ସାରିକା ପୁରୋହିତ, ଅରୁଣ କୁମାର ଖୁଆସ, ଓ.ଆର୍‌.ଡବ୍ଲୁ. ଶେଷଦେବ ମହାକୁର, ବଦ୍ରିନାଥ ଠାକୁର, ଏ.ଡି.ଓ. ନିର୍ମଳ ଶର୍ମା, ପଞ୍ଚାନନ ମିଶ୍ର, ଓ ସୁଦାମ ସୁନା ପରିଚାଳନା ଏବଂ ବିଭିନ୍ନ ଦାୟୀତ୍ୱରେ ସହଯୋଗର ହାତ ବଢାଇ କାର୍ଯ୍ୟକ୍ରମକୁ ସଫଲତାର ରୂପାୟନ ଦେଇଥିଲେ ।

Leave A Reply

Your email address will not be published.