jsm

କରୋନା ସ୍ଥିତି ନେଇ ଗଞ୍ଜାମ ଜିଲାପାଳଙ୍କ ବୈଠକ : ପ୍ରତି ବ୍ଲକ ଓ ଏନଏସିରେ ଖୋଲିବ କୋଭିଡ କଣ୍ଟ୍ରୋଲ​‌ ରୁମ

csstore

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ କେତେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ବୃଦ୍ଧି ପାଇବାର ଦେଖାଦେଇଛି । ମହାରାଷ୍ଟ୍ର, ଗୁଜୁରାଟ ଭଳି ପଡୋଶୀ ରାଜ୍ୟରେ କରୋନାର ଲହରୀ ବୃଦ୍ଧି ପରିଲିଖିତ ସ୍ଥିତିକୁ ନେଇ ଗଞ୍ଜାମ ଜିଲାପାଳଙ୍କ ଏକ ଜରୁରୀ ବୈଠକ ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବ୍ଲକ ଓ ଏନଏସିରେ ଖୋଲିବ କୋଭିଡ କଣ୍ଟ୍ରୋଲ​‌ ରୁମ ଏବଂ ମାସ୍କ ,ସାନିଟାଇଜର, କାଠ ବାଡ଼ ବନ୍ଧାଯିବା, ସାମାଜିକ ଦୂରତା ପାଳନ କରିବା, ସମସ୍ତ ବେବସାୟୀ ପ୍ରତିଷ୍ଠାନ, ସାମାଜିକ ସଂସ୍ଥାନ, ବ୍ୟାଙ୍କ, ଅଫିସ ଆଦି କାର୍ୟ୍ୟାଳୟ ମାନଙ୍କରେ ରେଜିଷ୍ଟାରର ସଦ ବ୍ୟବହାର କରାଯିବା ଆଦି ପଞ୍ଚସୂତ୍ର ନିୟମ ପାଳନ ଉପରେ କଡାକଡି କରାଯିବା । ଏଥିରେ ଖିଲାପ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ମିଡିଆକୁ ସୂଚନା ଦେଇଛନ୍ତି । ତାରାତାରିଣୀ ମନ୍ଦିର, ଭଳିବହୁ ପ୍ରତିଷ୍ଠିତ ଓ ପ୍ରସିଦ୍ଧ ଦେବା- ଦେବୀ ଆଦି ଧାର୍ମିକ ପ୍ରତିଷ୍ଠାନରେ ଭୋଜି ଭାତର ଆୟୋଜନ ପାଇଁ ଓ ବିଶେଷ ଗହଳି ନକରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ପ୍ରବାସୀଙ୍କ ପ୍ରତି ତୀକ୍ଷଣ ନଜର ରଖିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଜିଲ୍ଲାପାଳ ସଭିଙ୍କ ସହଯୋଗ କାମନା କରିଛନ୍ତି ।

yuvodaya
Leave A Reply

Your email address will not be published.