jayashree

ବ୍ରାହ୍ମଣୀ ଜୋର୍‌ ଅତିରିକ୍ତ ଶ୍ରେଣୀ କୋଠରିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବ୍ଲକ୍ ଅଧ୍ୟକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ବ୍ରାହ୍ମଣୀ ଜୋର ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରି ନିର୍ମାଣ ପାଇଁ ବ୍ଳକ ଅଧ୍ୟକ୍ଷା ରୀନା ମେହେରଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସରପଞ୍ଚ ସ୍ନେହଳତା ସାନ୍ତ, ସମିତି ସଭ୍ୟା ବାସନ୍ତୀ ଭୁଏ ପ୍ରମୁଖ ଯୋଗ ଦେଇଥିଲେ । ବ୍ଳକ ଅଧ୍ୟକ୍ଷାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ ଓ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୫ଲକ୍ଷ ଟଙ୍କା ଲେଖାଏଁ ମୋଟ ଦଶ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । କୋଠା ନିର୍ମାଣ ଶେଷ ହେଲେ ଆବଶ୍ୟକ ପଡ଼ିଲେ ଅନ୍ୟାନ୍ୟ ଯୋଜନାରୁ ଅର୍ଥ ସହାୟତା କରି ବଣ ଜଙ୍ଗଳ ଗାଁର ଶିକ୍ଷାକୁ ବିକାଶ କରାଯିବ ବୋଲି କହିଛନ୍ତି । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବଦତ୍ତ ଦୈବେଦୀ, ସହକାରୀ ଶିକ୍ଷକ ପ୍ରଦିପ ଛତ୍ରିଆ, ବିରେନ୍ଦ୍ର ସୁନା, ସଦାନନ୍ଦ ନାଏକ, ପଦ୍ମଲୋଚନ କୁମ୍ଭାର, ଗାୟତ୍ରି ପଟେଲ, ଦିପାଳୀ ସେଠୀ, ଲିନା ସାହୁ, ପୁଷ୍ପାଞ୍ଜଳୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.