ପ୍ରେମ ବନ୍ଧନରେ ବାନ୍ଧିହେଲେ ପ୍ରେମୀ ଯୁଗଳ : ବିନା ପୁରୋହିତ, ବିନା ଯୌତୁକରେ ବାହାଘର

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରେମ କେତେବେଳେ ହୁଏ ଓ କାହାକୁ ହୁଏ, ତାହା କହି ହୁଏନାହିଁ । ପ୍ରେମ ପାଇଁ କିଏ ନିଜ ଜିବନ ହାରିଦିଏ ତ’ ପ୍ରେମ ପାଇଁ ନିଜ ମା’ବାପାଙ୍କୁ ଭୁଲିଯାଇ ନିଜ ପ୍ରେମିକକୁ ହାତ ଧରି ସଂସାର କରିଥାଏ । ଏଇଥି ପାଇଁ ତ’ ପ୍ରେମ ଅଂଧ ବୋଲି କୁହାଯାଇଥାଏ । ଅନେକ ଥର ପ୍ରେମ ପାଇଁ ପୁଅ ଝିଅ ଘରେ ଝଗଡା ମଧ୍ୟ ସୃଷ୍ଟି ହୋଇଥାଏ । କିନ୍ତୁ ପ୍ରେମ କିଛି ବି ବାଧାବିଘ୍ନ ମାନେନି… ଜାରି ରହିଥାଏ । ଏଭଳି ଏକ ପ୍ରେମ ଖବରକୁ ନେଇ ଏବେ ସାରା ସହରରେ ଚର୍ଚ୍ଚା । ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ପ୍ରେମୀ ଯୁଗଳ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଧରପଗଡ ଗ୍ରାମର । ଏହି ଗ୍ରାମର ଚମାର ବାରିକଙ୍କ ପୁଅ ସୁବ୍ରତ ବାରିକ ଦୀର୍ଘ ଦଶ ବର୍ଷ ଧରି ପେଣ୍ଡରାମାଲ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରି ଆସୁଥିଲେ । ହେଲେ ଲୁଚାଛପା ପ୍ରେମ କରୁ କରୁ ପରିବାର ଲୋକଙ୍କ ନଜରକୁ ଆସିଲା । ତେବେ ଝିଅଙ୍କ ପରିବାର ଲୋକେ ଜାଣିବା ପରେ ଯୁବକଙ୍କୁ ବାହା ହେବା ପାଇଁ କହିଥିଲେ । ହେଲେ ସେତେବେଳେ ଯୁବକ ଜଣକ ବାହା ହେବାର ପ୍ରସ୍ତାବକୁ ଗ୍ରହଣ କରି ନଥିଲେ । ଶେଷରେ ଏଭଳି ପରିସ୍ଥିତି ସୃଷ୍ଟି ହେଲା, ଯୁବକଙ୍କୁ ବାହା ହେବାକୁ ଚାପ ପଡିଲା । ପରେ ଯୁବକ ଜଣକ ରାଜି ହୋଇ ଯୁବତୀଙ୍କ ଗାଁ ଲୋକେ ମିଶି ଯୁବକ ଓ ଯୁବତୀଙ୍କୁ ବିନା ପୁରୋହିତ, ବିନା ବ୍ୟାଣ୍ଡ ବାଜା, ବିନା ଯୌତୁକ ସାମଗ୍ରୀରେ ବାହା ହୋଇଥିଲେ । ତେବେ ଗ୍ରାମବାସୀଙ୍କ ଆଶୀର୍ବାଦ ହିଁ ତାଙ୍କ ଉପହାର ପାଲଟିଥିବା ବେଳେ ଏଭଳି ବାହାଘର ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.