୫୧ତମ ସଂସ୍କୃତି ଚର୍ଚ୍ଚା ସଂପାନ ଅନୁଷ୍ଠିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୧୯୨୧ ମାର୍ଚ୍ଚ ମାସ ୨୩ ତାରିଖ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ଅବସରରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ପ୍ରହଲ୍ଲାଦ କୁମାର ସିଂହ ଯୋଗ ଦେଇ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ସଂସ୍କାର ଉପରେ ଗାନ୍ଧିଜୀଙ୍କ ପ୍ରଭାବ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସେ ଓଡ଼ିଶା ନାରୀ ସମାଜର ନବଜାଗରଣ କିଭଳି ହୋଇଥିଲା, ତାହା ଉଲ୍ଲେଖ କରିଥିଲେ । ମହିଳାମାନଙ୍କ ଅହିଂସାର ପ୍ରତିମୂର୍ତ୍ତୀ ବୋଲି ଗାନ୍ଧିଜୀ କହୁଥିଲେ । ପ୍ରସଙ୍ଗ କ୍ରମେ ଶ୍ରୀ ସିଂହ ମଧୁସୂଦନ ଦାସଙ୍କ ଉତ୍କଳ ଟ୍ୟାନେରୀରେ ଗାନ୍ଧିଜୀ କିଭଳି ଜଡ଼ିତ ଥିଲେ, ଗାନ୍ଧିଜୀଙ୍କ ନିଶା ନିବାରଣ ପ୍ରୟାସ, ସମାଜରୁ ଅସ୍ପୃଶ୍ୟତା ନିବାରଣ ନିମନ୍ତେ ପ୍ରୟାସ ଏବଂ ଓଡ଼ିଶାର ବନ୍ୟା ଏବଂ ମରୁଡ଼ିର ମୁକାବିଲା କରିବା ନିମନ୍ତେ ବିଶ୍ୱଶ୍ୱରାୟଙ୍କ ନିକଟକୁ ଗାନ୍ଧିଜୀଙ୍କ ଚିଠି ଲେଖା ଇତ୍ୟାଦି କଥା ବର୍ଣ୍ଣନା କରିଥିଲେ । ଗାନ୍ଧିଜୀଙ୍କ ପ୍ରଭାବ ମାତୃଭାଷା ଉପରେ କିଭଳି ପଡ଼ିଥିଲା, ସେ ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ ଅଲ୍ଲି ଗାନ୍ଧୀ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ବୈଷୟିକ ସହାୟକ ଉପେନ୍ଦ୍ର କୁମାର ବେହେରା ।

jittmm
Leave A Reply

Your email address will not be published.