ଥାନାରୁ କାମ ସାରି ଘରକୁ ଫେରୁଥିବା ବେଳେ ଦନ୍ତା ହାତୀର ଆକ୍ରମଣର ଶିକାର ହୋଇ ଗୁରୁତର ପୋଲିସ କର୍ମଚାରୀ

ଢେଙ୍କାନାଳ : ଦିନକୁ ଦନି ବଢିବାରେ ଲାଗୁଛି ହାତୀ‌ଙ୍କ ଉପଦ୍ରବ । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରୁଆଲି ପଂଚାୟତରେ ପୋଲିସ କର୍ମଚାରୀ ହୃଷିକେଶ ନାୟକ ଥାନାରୁ କାମ ସାରି ଘରକୁ ଫେରୁଥିଲେ ।

ହେଲେ ସାରୁଆଲି ପଂଚାୟତର କଦଳୀପାଳ ନିକଟରେ ଦନ୍ତା ହାତୀ ହାବୁଡରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.