୩୬ ପଜିଟିଭ ଚିହ୍ନଟ ହେବାରୁ ଭବାନୀପାଟଣାର ପ୍ରଗତି କଲେଜ ସିଲ

ଭବାନୀପାଟଣା, (ଭାରତ ବିଶି) : ଭବାନୀପାଟଣାର ଘରୋଇ କଲେଜ ପ୍ରଗତି କଲେଜରୁ ୩୬ କରୋନା ପଜିଟିଭ ଚିହ୍ନଟ ହେବାରୁ ସିଲ୍‌ କରାଯାଇଥିବା ନେଇ କଳାହାଣ୍ଡି ସିଡିଏମଓ ସୂଚନା ଦେଇଛ‌ନ୍ତି ।

ପ୍ରଗତି କଲେଜରେ ପ୍ରାୟ ୧୫ଶହ ଛାତ୍ରଛାତ୍ରୀ ରହିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କଲେଜରେ ପହଂଚି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଉଯାଥିବା ବେଳେ ୮୦ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.