ଓସିଏ ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ଓ ଅମିତାଭ ଫେନ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ କରି କରି ୪୭.୩ ଓଭରରେ ସମସ୍ତ ‌ୱିକେଟ ହରାଇ ୨୦୦ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳ ତରଫରୁ ସନ୍ତୋଷ ମିଶ୍ର ସର୍ବାଧିକ ୪୩ ରନ୍ ଓ ଧର୍ମେନ୍ଦ୍ର ୩୫ ରନ୍ କରିଥିଲେ । ଅମିତାଭ ଫେନ କ୍ଲବ ତରଫରୁ ରାଜେଶ ସିକ୍କା ଓ ଆଶିଷ ନାଏକ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୨୦୧ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ଅମିତାଭ ଫେନ କ୍ଲବ ୨୧.୩ ଓଭରେ ସମସ୍ତ ଉଇକେଟ ହରାଇ ମାତ୍ର ୮୩ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ, ଏହି ମ୍ୟାଚକୁ ୧୧୭ ରନ ବ୍ୟବଧାନରେ ହାରି ଯାଇଥିଲେ । ଅମିତାଭ ଫେନ କ୍ଲବ ତରଫରୁ ସ୍ୱପ୍ନ ୨୩ ରନ୍ ଓ ଅମିତ ୧୭ ରନ୍ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ତରଫରୁ ଧର୍ମେନ୍ଦ୍ର ମିଶ୍ର ୫ ଗୋଟି ଓ ପୁର୍ଣ୍ଣ ବଗର୍ତ୍ତି ୨ ଗୋଟି ‌ୱିକେଟ ଅକ୍ତିଆର କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ଦଳରେ ଧର୍ମେନ୍ଦ୍ର ମିଶ୍ରଙ୍କୁ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ରାଜେନ୍ଦ୍ର ସେଠ ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ଓ ସୁଭମ ନାଏକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

Leave A Reply

Your email address will not be published.