ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଂଲାଦେଶ ଗସ୍ତକୁ ବିରୋଧ : ହିଂସାତ୍ମକ ପ୍ରଦର୍ଶନରେ ୪ ଜଣ ପ୍ରାଣ ହରାଇଲେ

ଢ଼ାକା : ଦୁଇ ଦିନିଆ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଢ଼ାକାରେ ପହଞ୍ଚିଛନ୍ତି । ଏଥି ସହିତ ବାଂଲାଦେଶର ଚିତ୍ରକୋଣ୍ଡାରେ ତାଙ୍କ ଗସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ପୋଲିସ ସହ ହିଂସାତ୍ମକ ସଂଘର୍ଷରେ ଅତିକମ୍‌ରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଗଣମାଧ୍ୟମ ଅନୁଯାୟୀ ଜଣେ ପୋଲିସ କର୍ମଚାରୀ ନିଶ୍ଚିତ କରିଛନ୍ତି ଯେ, ଚାରି ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ପରେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ଏହାପୂର୍ବରୁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ କରି ଶୁକ୍ରବାର ନମାଜ ପାଠ ପରେ ରାଜଧାନୀ ଢ଼ାକାର ବେତୁଲ ମୁକରମ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯେଉଁଥିରେ ଅନେକ ସାମ୍ବାଦିକ ମଧ୍ୟ ଆହତ ହୋଇଥିଲେ ।

Leave A Reply

Your email address will not be published.