ଗାନ୍ଧିଜୀଙ୍କ ବାର୍ତ୍ତା ସମାଜ ପାଇଁ ଏକ ଚେତନା : ଗାନ୍ଧୀ କବିତା ଆସରରେ ଆଲୋଚନା

ବୌଦ୍ଧ, (ରଂଜୁ ଅମାତ) : ବଉଲ ନାଟ ଏଣ୍ଡ କଲଚରାଲ ଏସୋସିଏସନ ଖଟଖଟିଆର ବ୍ରହ୍ମଣୀ ପକ୍ଷରୁ ଆୟୋଜିତ କବି ମାନସରେ ଗାନ୍ଧୀ କବିତା ଆସରରେ ସଂଯୋଜକ କବି ଦିଲ୍ଲୀପ କୁମାର ମହାନ୍ତି ଗାନ୍ଧିଜୀଙ୍କ ବାର୍ତା ସମାଜ ପାଇଁ ଏକ ଚେତନା ବୋଲି କହିଥିଲେ । କବି ଈଶ୍ୱର ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିତା ଆସରରେ ନିର୍ବାଚିତ କବିମାନେ ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ସ୍ୱରଚିତ କବିତା ପାଠ କରିଥିଲେ । କବି ଜଗନ୍ନାଥ ମହାପାତ୍ର, ସଂଜୀବ କୁମାର ପ୍ରହରାଜ, ଅଜିତ କୁମାର ଗିରି, ଦେବେନ୍ଦ୍ର ମିଶ୍ର, ପ୍ରଭାତ କୁମାର ଖମାରି, ରାଜ କୁମାର ସାହୁ, ମହାଦେବ ମତାରୀ, ଲିଙ୍ଗରାଜ ଛାତ୍ରୀଆ, ଅଂଶୁମାନ କର୍ମୀ, ସୁଜିତ ମହାପାତ୍ର, ରଂଜୁ ଅମାତ ପ୍ରମୁଖଙ୍କ କବିତା ବେଶ ଶ୍ରୋତାଙ୍କୁ ଛୁଇଁ ପାରିଥିଲା । ଅନେକ କବିତା ପ୍ରେମୀଙ୍କୁ ଭାବବିହ୍ଵଳିତ କରିଦେଇଥିଲା । ଶେଷରେ ଲକ୍ଷ୍ମଣ କୁମାର ମହାପାତ୍ର ଉପସ୍ଥିତ କବି ଓ ଶ୍ରୋତାଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.