ସୁବର୍ଣ୍ଣପୁରରେ ମଂଚସ୍ଥ ହେଲା ନାଟକ ‘ଗାନ୍ଧିଙ୍କ ଓଡ଼ିଶା’

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ) : ଗତ ୨୩.୦୩.୨୧ ତାରିଖ ସଂଧ୍ୟାରେ ଭୀମଭୋଇ କଳାମଣ୍ଡପ, ସୁବର୍ଣ୍ଣପୁରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପ୍ରଯୋଜନାରେ, ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁରର କଳାକାରମାନଙ୍କ ‌ଦ୍ୱାରା ପରିବେଷିତ ହୋଇଥିଲା ନାଟ୍ୟକାର ଶଂକର ତ୍ରିପାଠୀଙ୍କ “ଗାନ୍ଧିଙ୍କ ଓଡ଼ିଶା “ନାଟକ । ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ନିର୍ଦେଶନାରେ ନାଟକଟି କଳାକାରମାନଙ୍କ ଦ୍ୱାରା ଅତି ଜୀବନ୍ତ ଭାବରେ ଅଭିନୀତ ହୋଇଥିଲା । ନାଟକ ସଂପର୍କରେ ମତାମତ ଦେଇ ନିର୍ଦେଶକ କହିଥିଲେ ଜୀବନରେ ପ୍ରଥମ ଥର ପାଇଁ ଦର୍ଶକ ଗେଲେରୀରେ ଏତେ ସଂଖ୍ୟାରେ ଦର୍ଶକ ଦେଖି ମୁଁ ଅତ୍ୟନ୍ତ ଖୁସି ଏବଂ ରାଜ୍ୟ ସରକାର ତଥା ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀକୁ ଧନ୍ୟବାଦ ଦେବି ଯେ ଆଜି ସାରା ଓଡ଼ିଶା ଗାନ୍ଧିମୟ ହୋଇଯାଇଛି ।

ଜାତିର ଜନକ ଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେବର୍ଷ ପୂର୍ତିକୁ ଏକ ଭିନ୍ନ ଢଂଗରେ ପାଳନ କରି ର‍ଜ୍ୟ ସରକାର ଜାତିର ପିତାଙ୍କୁ ଯଥାମାନ୍ୟ ଦେଇଛନ୍ତି । ସୁବର୍ଣ୍ଣପୁରରେ ଅଭିନୀତ ଏହି ନାଟକରେ କଳାକାର ଚୟନ ଏତେ ସଦ୍ୟ ଓ ସଠିକ ହୋଇଥିଲା ଯେ, ନାଟକର ପରିସମାପ୍ତି ପରେ ଦର୍ଶକମାନେ ଗାନ୍ଧି, ଗୋପବଂଧୁ, କସ୍ତୁରବା, ମଧୁସୂଦନ, ନୀଳକଣ୍ଠ, ହରିହର ଓ ମହତାବଙ୍କ ସହିତ ଆଗ୍ରହରେ ଫଟୋ ଉଠାଇବା ଦୃଶ୍ୟ ଉପଭୋଗ୍ୟ ଥିଲା । ପ୍ରତ୍ୟେକ ଚରିତ୍ର ଅତି ନିଖୁଣ ଭାବରେ ଅଭିନୟ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ଗୋପବଂଧୁଙ୍କ ମୃତ୍ୟୁ ଦୃଶ୍ୟରେ ଦର୍ଶକ ଭାବ ବି‌ହ୍ୱଳିତ ହୋଇ ଅଶ୍ରୁସିକ୍ତ ହୋଇ ଯାଇଥିଲେ । ଦୀର୍ଘ ଶହେବର୍ଷର ଅତୀତକୁ ଫେରାଇ ନେଇ ଦର୍ଶକଙ୍କ ଭିତରେ ଜାତୀୟତା ଭାବ ଓ ଗାନ୍ଧି ଭାବମୟ କରିଦେବାରେ ସଫଳ ହୋଇଥିଲେ ନିର୍ଦେଶକ । ନାଟକରେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସର୍ବଶ୍ରୀ ଗୋବିନ୍ଦ କର୍ମୀ – ଗାନ୍ଧି, ରମେଶ ପ୍ରସାଦ ନାୟକ – ମାଜିଷ୍ଟ୍ରେଟ, ଲାଲନାଥ ଦେବାଶିଷ ପଟ୍ଟନାୟକ – ମହତାବ, ଚିତ୍ତରଂଜନ ସାହୁ – ନୀଳକଣ୍ଠ, କ୍ଷୀରୋଦ ବିହାରୀ ବିଶ୍ବାଳ – ଗୋପବନ୍ଧୁ, ଲକ୍ଷ୍ମୀ ନାରାୟଣ ସାହୁ – ମଧୁସୂଦନ ଦାସ ଓ ମାଷ୍ଟର ଶିବ ଶଙ୍କର କମ୍ପ – ମଦନ ଓ ରାମିଆଁ, ରାଜୀବ କର୍ମୀ – ହରିହର ଆଚାର୍ୟ୍ୟ, କିଶୋର ହୋତା – ଗୋପବନ୍ଧୁ ଚୌଧୁରୀ, ଶିବରାମ ମିଶ୍ର – ଯଦୁ, ସର୍ବଦମନ ସାହୁ – ବ୍ରଜ, କାହ୍ନା ମେହେର – ପୋଲିସ୍, ସର୍ଜନ ସ୍ୱାଗତ ମହାପାତ୍ର – ମହାଦେବ ଦେଶାଇ, ପୋଲିସ୍ ଓ ବୁଟୋ, କବିତା ସେଠୀ- କସ୍ତୁରବା ଓ ନାପିତୁଣୀ, ଦେବକୀ ଶତପଥୀ- ରମାଦେବୀ, ନୀଳାମ୍ବର ଦାସ, ପ୍ରୟାସ ବାଗ, ଶ୍ରୀଜିତ ରାୟଗୁରୁ ଆଲୋକ ମେହେର ଓ ଅନ୍ୟମାନେ । ମୁଖ୍ୟ ସହଯୋଗୀ ନିର୍ଦେଶକ – ଅବକାଶ ମିଶ୍ର, ସହ -ନିର୍ଦେଶନା – କ୍ଷୀରୋଦ ବିହାରୀ ବିଶ୍ବାଳ ଓ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ସହଯୋଗୀ – ଶ୍ୟାମା ଓଁ ପ୍ରସାଦ ମିଶ୍ର, ଡକ୍ଟର ସୌରଭ ରଂଜନ ଖମାରୀ ଓ ଅବିନାଶ ହୋତା ପରିବେଷଣ – ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁର ବିଶେଷ ସହଯୋଗୀ – ଟ୍ରେଣ୍ଡି ଏକାଡ଼େମୀ, ସୁବର୍ଣ୍ଣପୁର ସଂଗୀତ – ବିକାଶ ମିଶ୍ର, ପ୍ରଭୁଦତ୍ତ ରଥ ଆଲୋକ ଓ ‌ଧ୍ୱନି -ଜଗନ୍ନାଥ ଚିତ୍ରାଳୟ, ସମ୍ବଲପୁର ଆଲୋକ ପରିଚାଳନା – କୁନୁ ଖାନ୍ ମଂଚସଜ୍ଜା – ଆଦିତ୍ୟ ମିସ୍ତ୍ରୀ ଓ ଭିକାରୀ ବଢେଇ ଶେଷରେ ବନ୍ଦେ ମାତରମ ‌ଧ୍ୱନିରେ ଦର୍ଶକ ଗେଲେରୀ ଭାବ ବି‌ହ୍ୱଳ ହୋଇ ଉଠିଥିଲା ।

Leave A Reply

Your email address will not be published.