ଚାଳିଶି ଗୋଟି ସ୍ଥାନରୁ ମୂର୍ତ୍ତିକା ନମୂନା ସଂଗ୍ରହ ଓ ପରୀକ୍ଷା

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ଼୍‌ଡ଼ୀ) : ସୋରଡ଼ା ବ୍ଲକ ଅନ୍ତର୍ଗତ ହିଂଜଳିକୁଦା ପଞ୍ଚାୟତରେ ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷାଗାର ଗଂଜାମ ତରଫରୁ ଚାଳିଶି ଗୋଟି ସ୍ଥାନରୁ ମୂର୍ତ୍ତିକା ନମୂନା ସଂଗ୍ରହ କରି ପରୀକ୍ଷା କରାଯାଇଛି । ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷାଗାରର ମୂର୍ତ୍ତିକା ପରୀକ୍ଷକ ପ୍ରମୋଦ କୁମାର ଗୌଡ଼ଙ୍କ ନେତୃତ୍ୱରେ ସଂଯୋଜକ ବିଦ୍ୟାଧର ତ୍ରିପାଠୀ ଓ ସହାଯୋଗ ଜଗନ ବେହୁରା ସହଯୋଗ କରିଥିଲେ । ଆୟୋଜିତ ସଭାରେ ଗ୍ରାମ୍ୟ କୃଷି ଅଧିକାରୀ ଦଣ୍ଡପାଣି ନାହାକ ଓ କୃଷକ ସାଥୀ ଓ ସ୍ତାନୀୟ ଚାଷୀ ଭାଇମାନେ ଯୋଗ ଦେି ମୂର୍ତ୍ତିକା ପରୀକ୍ଷା ଉପରେ ଓ ସାର ପ୍ରୟୋଗ ଉପରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.