ବଲାଙ୍ଗିର ଜିଲ୍ଲାରେ ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ବେଲପଡ଼ା ବ୍ଲକରୁ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୭ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ ବେଲପଡ଼ା ଗ୍ରା.ପ.ରୁ ଜଣେ ଓ ସଲଣ୍ଡି ଗ୍ରା.ପ.ରୁ ୭ ଜଣ, ଖପ୍ରାଖୋଲ ବ୍ଲକ ଲୁହାସିଂହା ଗ୍ରା.ପ. ଓ ଦମେଇପାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ ଏନ୍‌ଏସି ୱାର୍ଡ ନଂ.୫ରୁ ୨ ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାଡର଼୍ ନଂ.୫, ୮, ୯ ଓ ୧୫ରୁ ଜଣେ ଲେଖାଏଁ, ତୁରେକେଲା ବ୍ଲକ ତୁରେକେଲା ଗ୍ରା.ପ.ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୫୦ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.