pr

ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ପକ୍ଷରୁ ରଣନୀତି ଆରମ୍ଭ

dr. purohit

ବରଗଡ, (ନିରୋଜ କୁମାର ପାଣୀ) : ଆଗକୁ ହେବାକୁ ଥିବା ପୌର ନିର୍ବାଚନ ଏବଂ ଏହାପରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ପକ୍ଷରୁ ରଣନୀତି ଆରମ୍ଭ କରାଯାଇଥିବା ଜଣାପଡିଛି । ଏହି କ୍ରମରେ ଦଳର ଆଗ ଧାଡ଼ିର ନେତୃ ବର୍ଗଙ୍କୁ ନେଇ ଗୋଟିଏ କୋର୍ କମିଟି ଘୋଷଣା କରାଯାଇଛି । ବିଜେପି ବରଗଡ଼ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ୧୧ ଜଣିଆ କୋର କମିଟି ଘୋଷଣା କରିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି । ସୁରେଶ ପୂଜାରୀ (ବରଗଡ଼ ଲୋକସଭା ସାଂସଦ), ପ୍ରଦୀପ ପୁରୋହିତ (ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି), ଇରାସିସ ଆଚାର୍ୟ୍ୟ (ରାଜ୍ୟ ଯୁବମୋର୍ଚ୍ଚା ସଭାପତି), ମୁକ୍ତା ସାହୁ (ଜିଲ୍ଲା ପରିଷଦ ଅଧ୍ୟକ୍ଷା), ସୁରେଶ୍ୱର ଶତପଥି (ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ), ଡ଼ା ଅରୁପାନନ୍ଦ ସାହୁ (ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ), ଦସାରୀ ମୁରଲୀ କ୍ରୀଷ୍ଣା (ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ), ମିଳନ ସେଠ (ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ), ସନତ ଗଡ଼ତିଆ (ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ), ପ୍ରବୀଣ ପାଣିଗ୍ରାହୀ, ମଦନ ଦୀପ (ଜିଲ୍ଲା ପରିଷଦ ଉପାଧ୍ୟକ୍ଷ) ଏମାନଙ୍କୁ ନେଇ ଏହି କୋର୍ କମିଟି ଗଠନ କରାଯାଇଛି ।

nrusinghnath
Leave A Reply

Your email address will not be published.