ପଦ୍ମପୁର, (ନିରୋଜ କୁମାର ପାଣୀ ) : ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଗନ୍ଧମାର୍ଦ୍ଦନ ପିଆରଏଫ ବା ପାଇକମାଳ ବ୍ଳକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ଓ ଖଲିଆପାଲି ଗ୍ରାମ ପଞ୍ଚାୟତର ବେଣ୍ଟକାରପୁର ପର୍ୟ୍ୟନ୍ତ ଗଛ ଲଗାଯାଇଛି ଦୁଇହଜାର କୋଡ଼ିଏ/ଏକୋଇଶ ବର୍ଷ ପାଇଁ । କୁହାଯାଉଛି ଯେ, ଏଥିରେ ସରକାରଙ୍କ ନିୟମ ଅନୁସାରେ ଚାଲିଶ ହଜାର ଚାରା ଲଗାଯିବ ଓ ଭରଣା ପାଇଁ ଅଧିକ ଚାରି ହଜାର ଚାରା ରୋପଣ ହେବ । ସମ୍ପୂର୍ଣ୍ଣ ମୋଟ ଚଉରାଲିଶ ହଜାର ଚାରା ହେବ । ଚାରା ଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ କରିବାକୁ କୁଆଡେ଼ ପଦ୍ମପୁର ରେଞ୍ଜକୁ ସତୁରୀରୁ ଅଶୀ ଲକ୍ଷ ଟଙ୍କା ଆସିଥିଲା ସରକାରଙ୍କ ଠାରୁ । ଏହି ଟଙ୍କା ଭିତରୁ କର୍ମଚାରୀମାନଙ୍କ ପିସି ହେଲା କୋଡ଼ିଏ ପର୍ସେଣ୍ଟ ଓ ଏହାର ସୁପରଭିଜନ ପାଇଁ ନେଲେ ପାଞ୍ଚ ପର୍ସେଣ୍ଟ, ସମୂହ ଭାବେ ପଚିଶ ପର୍ସେଣ୍ଟ ବୋଲି ଲୋକେ କୁହାକୁହି ହେଉଛନ୍ତି । । ସୂଚନା ମିଳିଛି, ଗତ ଡିସେମ୍ବର ମାସରେ ଅଚାନକ ପରିଦର୍ଶନ କଲେ ବରଗଡ଼ ଡିଏଫଓ ଏବଂ ଆଶ୍ଚର୍ୟ୍ୟ ଚକିତ ହେଲେ ଗଛ କମ ଲଗାଯାଇଥିବାରୁ । ତୁରନ୍ତ ଗଛ ଗଣିବା ଲାଗି ନିର୍ଦ୍ଦେଶ ଦେଲେ ଏସିଏଫ ରେବତୀ ରମଣ ଯୋଷୀଙ୍କୁ । ଯୋଷୀ ବାବୁ ତାଙ୍କ ଦୋଷ ଖସାଇବାକୁ ଗଛ ଗଣିବା ଲାଗି କହିଲେ ଫରେଷ୍ଟର ଜ୍ୟୋତି ରଞ୍ଜନ ସାହୁଙ୍କୁ । ଯୋଷୀଙ୍କ ନିର୍ଦ୍ଦେଶରେ ଗଛ ଗଣିଲେ ଜ୍ୟୋତି ରଞ୍ଜନ । ପ୍ରକୃତରେ ଚାଲିଶ ହଜାର ବାହାରିବା କଥା । ଗଣା ସରିଲା ବେଳକୁ ବାହାରିଲା ପଚିଶ ହଜାର ଗଛ । ଚାଲିଶ ହଜାରରୁ କମିଗଲା ପନ୍ଦର ହଜାର ଓ ଭରଣା ପାଇଁ ଦିଆଯାଇଥିବା ଚାରି ହଜାର । ମୋଟ ଉଣେଇଶ ହଜାର । ଏହି ରିପୋର୍ଟ ଯୋଷୀଙ୍କୁ ଜଣାଇଲେ ଫରେଷ୍ଟର । ଗଣିବାରେ ଯୋଷୀ ବାବୁ ଅସନ୍ତୋଷ ପ୍ରକାଶ କରି ପୁଣି ଥରେ ଦାଶ ଫରେଷ୍ଟରଙ୍କୁ ଗଛ ଗଣିବା ପାଇଁ କହିଲେ । ଦାଶ ବାବୁ ଗଣିଲେ ଯେ ବାହାରିଲା ତିରିଶି ହଜାର ଗଛ । ହେଲେ କାଗଜ ପତ୍ରରେ ଚାଲିଛି ଠିକଠାକ । ଏ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ଦାବୀ ହେଉଛି । ଘଟଣା ଉପରେ ଜାଣିବା ପାଇଁ ଆମେ ଫୋନ ମାଧ୍ୟମରେ ଏସିଏଫ ରେବତୀ ରମଣ ଯୋଷୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୋ ପାଖରେ ତଥ୍ୟ ନାହିଁ । ରେଞ୍ଜରଙ୍କୁ ପଚାରନ୍ତୁ । ରେଞ୍ଜରଙ୍କୁ ପଚରାଯିବାରୁ ଫୋନ ଉଠାଉ ନାହାଁନ୍ତି ।ଡିଏଫଓଙ୍କୁ ପଚରାଯିବାରୁ ତାଙ୍କର ଉତ୍ତରରେ କହିଲେ ଯେ ଫାଇଲ ଦେଖନା ପଡେଗା । ଫରେଷ୍ଟର ଜ୍ୟୋତି ରଞ୍ଜନ ସାହୁଙ୍କୁ ପଚରାଯିବାରୁ ଏହି ଘଟଣା ଉପରେ ସେ ସ୍ସ୍ୱୀକାର କରୁନାହାନ୍ତି । ସୁଶାନ୍ତ ଦାଶ ଫରେଷ୍ଟରଙ୍କୁ ପଚରାଯିବାରୁ ପୂରାପୂରି ଚାଲିଶ ହଜାର ଗଛ ଲାଗିଛି ବୋଲି କହିଛନ୍ତି । ବାରମ୍ବାର ତଥ୍ୟ ଜାଣିବା ପାଇଁ ଆରସିସିଏଫ ସମ୍ବଲପୁରକୁ ପଚରାଗଲା ଓ ସେ କହିଛନ୍ତି ଯେ ଡିଏଫଓଙ୍କୁ ପଚାରନ୍ତୁ ।
Prev Post
Next Post