ଭାରତର କେନ୍ଦ୍ରୀୟ ଲୋକସେବା ଆୟୋଗ ଏବଂ ଆଫଗାନିସ୍ତାନର ସ୍ୱାଧୀନ ପ୍ରଶାସନିକ ସୁଧାର ଓ ପ୍ରଶାସନିକ ସେବା ଆୟୋଗ ମଧ୍ୟରେ ଏମଓୟୁକୁ କ୍ୟାବିନେଟ ଅନୁମୋଦନ

ନୂଆଦି‌ଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତର କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଏବଂ ଆଫଗାନିସ୍ତାନର ସ୍ୱାଧୀନ ପ୍ରଶାସନିକ ସୁଧାର ଏବଂ ପ୍ରଶାସନିକ ସେବା ଆୟୋଗ (ଆଇଏଆରସିଏସସି) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ମଞ୍ଜୁରି ମିଳିଛି । ଏହି ଏମଓୟୁ ଆଇଏଆରସିଏସସି ଏବଂ ୟୁପିଏସସି ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ। ଏହା ପ୍ରାର୍ଥୀ ଚୟନ କ୍ଷେତ୍ରରେ ଉଭୟ ପକ୍ଷଙ୍କୁ ଅଭିଜ୍ଞତା ଏବଂ ବିଶେଷଜ୍ଞତା ବିନିମୟ କରିବାରେ ସୁବିଧା ପ୍ରଦାନ କରିବ ।
ବୁଝାମଣାପତ୍ର (ଏମଓୟୁ)ର ପ୍ରମୁଖ ବୈଶିଷ୍ଟ୍ୟ :

  • ପ୍ରଶାସନିକ ସେବାରେ ନିଯୁକ୍ତି ଓ ଚୟନର ଆଧୁନିକ ଦୃଷ୍ଟିକୋଣ, ବିଶେଷ କରି ୟୁପିଏସସି ଓ ଆଇଏଆରସିଏସସିର କାର୍ୟ୍ୟ ସମ୍ପର୍କରେ ଅଭିଜ୍ଞତାର ବିନିମୟ ।
  • ଗୋପନୀୟ ଶ୍ରେଣୀରେ ଆସୁନଥିବା ପୁସ୍ତକ, ମାର୍ଗଦର୍ଶିକା ପୁସ୍ତିକା ଏବଂ ଅନ୍ୟ ଦସ୍ତାବିଜ ସମେତ ସୂଚନା ଓ ବିଶେଷଜ୍ଞତାର ବିନିମୟ ।
  • ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି ଏବଂ କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ଓ ଅନଲାଇନ ପରୀକ୍ଷାର ଆୟୋଜନରେ ସୂଚନା ପ୍ରଯୁକ୍ତି (ଆଇଟି)ର ଉପଯୋଗରେ ବିଶେଷଜ୍ଞତାର ବିନିମୟ ।
  • ଆବେଦନର ତୁରନ୍ତ ଯାଞ୍ଚ ଓ ଶୀଘ୍ର ସମାଧାନ ଲାଗି ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥାର ଅଭିଜ୍ଞତା ବିନିମୟ।
  • ପରୀକ୍ଷା ପ୍ରଣାଳୀରେ ସାମିଲ ବିଭିନ୍ନ ପ୍ରକ୍ରିୟା ଉପରେ ଅଭିଜ୍ଞତା ଓ ବିଶେଷଜ୍ଞତା ବିନିମୟ ।
  • ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରିବା, ଏଥିରେ ପକ୍ଷମାନଙ୍କୁ ମିଳୁଥିବା କାର୍ୟ୍ୟାଦେଶ ସହ ଜଡ଼ିତ ସମସ୍ତ ମାମଲାରେ ପକ୍ଷମାନଙ୍କୁ ସଚିବାଳୟ/ମୁଖ୍ୟାଳୟ ସହ ଅଳ୍ପ ଅବଧି ନିମନ୍ତେ ଯୋଡ଼ିବା ଆଦି ସାମିଲ ରହିଛି ।
  • ବିଭିନ୍ନ ସରକାରୀ ଏଜେନ୍ସିଗୁଡ଼ିକୁ ମିଳିଥିବା କ୍ଷମତା ଅନ୍ତର୍ଗତ ଏଜେନ୍ସିଗୁଡ଼ିକ ଦ୍ୱାରା ପଦବୀରେ ନିଯୁକ୍ତିରେ ଗ୍ରହଣ କରାଯାଉଥିବା ପଦ୍ଧତି ଓ ପ୍ରକ୍ରିୟା ଉପରେ ଅଭିଜ୍ଞତା ବିନିମୟ କରିବା ।
Leave A Reply

Your email address will not be published.