oom

ସହୀଦ ଦିବସ ଅବସରରେ ମେଗା ରକ୍ତଦାନ ଶିବିର

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସହୀଦ ଦିବସ ଅବସରରେ ନିଫା, ହରିୟାଣା ଦ୍ଵାରା ସାରା ଭାରତବର୍ଷରେ ଆୟୋଜିତ ମେଗା ରକ୍ତଦାନ ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କଣ୍ଟାବାଞ୍ଜିସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ଠାରେ ମାଝୀପଡା ପ୍ରାଥମିକ ବିଦ୍ୟାଳୟ ଓ ନିର୍ଝରିଣୀ, କଣ୍ଟାବାଞ୍ଜିର ମିଳିତ ସହଯୋଗରେ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ ଜୁନିୟର ରେଡକ୍ରସର କାଉନସେଲରଙ୍କ ଉଦ୍ୟମରେ ଶିବିରରେ ଅତିଥି ଭାବେ ଅଶୋକ କୁମାର ମାଝୀ, ତହସିଲଦାର, ସତ୍ୟଜିତ କାଣ୍ଡେଲକର, ଥାନା ଅଧିକାରୀ, ଲକ୍ଷ୍ମଣ କୁମାର ବାଗ, ସାଧାରଣ ସମ୍ପାଦକ, କୃଷକ ମୋର୍ଚ୍ଚା ଭାରତୀୟ ଜନତା ପାର୍ଟି, ରାମ ନାରାୟଣ ଦାଶ, ଜୁନିୟର ରେଡକ୍ରସ କାଉନସେଲର, ଉଚ୍ଚ ବିଦ୍ୟାଳୟ ଡେଙ୍ଗ, ରାମଚନ୍ଦ୍ର ସାହୁ, ସତ୍ୟ ନାରାୟଣ ରାଏ, ଛୋଟୁ ସିଂ ସାଲୁଜା, ଥମିର ଛତ୍ରିଆ, ପ୍ରେମରାଜ ପାଣିଗ୍ରାହୀ, ସେକ ଅବଦୁଲ ରବ, ବ୍ଳଡ ବ୍ୟାଙ୍କ ଅଫିସର ଶ୍ରୀ ପଣ୍ଡା ଉପସ୍ଥିତ ରହି ରକ୍ତ ଦାତା ମାନଙ୍କର ଉତ୍ସାହ ବଢେଇବା ସହିତ ମାନପତ୍ର ପ୍ରଦାନ କରିଥିଲେ । ଏହି ଶିବିରରେ ରୋହିତ୍ୱ।ଶ ନାଗ, ଶୋଭାବନ ନାୟକ, ପୂଜା ଜାଲ, ପୁଷ୍ପାଞ୍ଜଳି ଖୁଆସ, ମମତା ପଣ୍ଡା, ଅଞ୍ଜଳି ମାଝୀ, ଶୁଭଦୀପ୍ତା ଦାଶ, କମଳା ସାହୁ, ରିନି ସାହୁ, ସୁନୀତା ମେହେର, ଶୁଭଶ୍ରୀ ଦାଶ, କିଶୋର ବରିହା, ଲକ୍ଷ୍ମଣ ରାଉତରାୟ, ବିଭୁତି ଭୁଷଣ ଦାଶ, ଟିଙ୍କୁ ମହାପାତ୍ର, ଅଶୋକ କୁମାର ତରିଆ, ବବୁନ କୁମାର ପୁରୋହିତ, ସପ୍ତମ ବେହେରା, ଶ୍ୟାମ ସୁନ୍ଦର ଗୁରୁ, ପ୍ରଦୀପ କୁମାର ପାଣିଗ୍ରାହୀ, ବରୁଣ ବାରିକ, ପ୍ରସନ୍ନ କୁମାର ଲୁହା, ଲୋଚନ ବାରିକ, ଉପେନ୍ଦ୍ର ବାରିକ, ଆକାଶ ବାରିକ, ଲାଲମନ ଟାହାଣି, ଲଲିତ ବାରିକ, କ୍ଷିତିଶ ଚନ୍ଦ୍ର ପଣ୍ଡା, ଜିତୁ ସୁନା, ସମେତ ସର୍ବମୋଟ ୪୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

jittmm
Leave A Reply

Your email address will not be published.