jayashree

ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ ଅଭିଯୋଗ ନେଇ ଗଣଧାରଣାରେ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର): ଜିଲ୍ଲା ପ୍ରଶାସନ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ମଧ୍ୟପୁର ଓ ଧୁମାଭଟା ଗ୍ରାମବାସୀଙ୍କ ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ କରିଛି ବୋଲି କହିବା ସହ ସେମାନଙ୍କୁ ସ୍ଵଛ ପିଇବା ପାଣି ପାଇବାରୁ ବଞ୍ଚିତ କରିଛି ବୋଲି ଅଭିଯୋଗ କରିଛନ୍ତି । ଆହୁରି, ନିର୍ମାଣାଧୀନ ଓଭରହେଡ ଟ୍ୟାଙ୍କ କାର୍ୟ୍ୟକ୍ଷମ କରିବା ସହ ଯଥାଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ଦାବୀରେ ଆଜି ଗ୍ରାମବାସୀମାନେ ଜିଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଗଣଧାରଣାରେ ବସିଛନ୍ତି ।

ଦୀର୍ଘ ୧୮ ବର୍ଷ ପୂର୍ବେ ଓଭରହେଡ ଟ୍ୟାଙ୍କ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପଡାକୁ ପଡା ପାଇପ ବିଛାଯାଇ କାର୍ୟ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଆଜି ପର୍ୟ୍ୟନ୍ତ ମଧ୍ୟପୁର ଓ ଧୁମାଭଟା ଗ୍ରାମକୁ ଜଳ ଯୋଗାଣ ହୋଇ ପାରିନ ଥିବା ପ୍ରଶାସନିକ ଓ ରାଜନୈତିକ ନିଷ୍କ୍ରିୟତାର ନଗ୍ନ ଉଦାହରଣ ପ୍ରଦର୍ଶନ କରିଛି । ପ୍ରତି ବର୍ଷ ଖରା ମାସରେ ଲୋକେ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି । ଏସବୁ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ ଅଭିଯୋଗ କରିଛନ୍‌ନ୍ତି ଯେ, ଆମ ଅଂଚଳର ଉତ୍କଟ ଜଳ ସମସ୍ୟାର ସମାଧାନ କରି ଓ ଆମମାନଙ୍କ ବଞ୍ଚିବାର ଅଧିକାରର ଏଯାଏଁ ସୁରକ୍ଷିତ କରାଯାଇ ପାରି ନାହିଁ । ତେଣୁ ଆମର ଅଧିକାର ପାଇଁ ଆମେ ଗଣ ଧାରଣାରେ ବସିବାକୁ ବାଧ୍ୟ ହେଉଛୁ ବୋଲି ଗ୍ରାମବାସୀ କହିଛନ୍ତି ।

ଏଭଳି ସ୍ଥିତିରେ ପାନୀୟ ଜଳ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଓଭର୍‌ହେଡ୍‌ ଟ୍ୟାଙ୍କ ଯୋଗେ ପାନୀୟ ଜଳ ଯୋଗାଇବାକୁ ମଧ୍ୟପୁର ସରପଞ୍ଚ ପ୍ରମିଳା ଭୋଇ ଓ ପର୍ବତନ ସମିତି ସଭ୍ୟା ବନିତା ନାଏକ, ବନମାଲି ନାଏକ, ଅଚ୍ୟୁତ ଖମାରୀ, ଭିଲେଜର୍ସ ଇଣ୍ଡିଆ ପାର୍ଟି ସଭାପତି ବିପିନ କୁଶଲିଆ, ସତ୍ୟ ବନ୍‌ଛୋର, କୋଶଳ ରାଜ୍ୟ ସମନ୍ବୟ ସମିତିର ରବି ମିଶ୍ର, ମନୋରଞ୍ଜନ ସାହୁ ପ୍ରମୁଖଙ୍କ ଦାବୀ କରିଛନ୍ତି ।

Leave A Reply

Your email address will not be published.