କୋଭିଡ ନିୟମ ମାନି ଦୋଳ ପୂର୍ଣ୍ଣିମା ଉତ୍ସବକୁ ଅନୁମତି ପାଇଁ ଦାବୀ : ଯାଦବ ସମାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ବର୍ଷ ଭଳି ଏ ବର୍ଷ ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ଦୋଳ ଉତ୍ସବ ୨୫ ବର୍ଷରେ ପଦାର୍ପଣ କରୁଥିଲା । ପ୍ରତ୍ୟେକ ବର୍ଷ ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ଆଡମ୍ବର ସହକାରେ ଦୋଳ ପୂର୍ଣ୍ଣିମା ପାଳନ କରାଯାଇଥାଏ । ଦୋଳ ପୂର୍ଣ୍ଣିମା ଯାଦବ ସମାଜର ସବୁଠାରୁ ବଡ ଉତ୍ସବ ଏବଂ ଦୋଳ ଉତ୍ସବ ମାଧ୍ୟମରେ ସାମାଜିକ ଏକତାର ବାର୍ତ୍ତା ଯାଦବ ସମାଜ ପ୍ରଦାନ କରିଥାଏ । ଚଳିତ ବର୍ଷ କୋଭିଡ ନିୟମ ମାନି ଦୋଳ ପୂର୍ଣ୍ଣିମା ଉତ୍ସବ ପାଳନ ପାଇଁ ଅନୁମତି ଦେବାକୁ ଉପ-ଜିଲ୍ଲାପାଳ ଏବଂ ପୌର ନିର୍ବାହୀ ଅଧିକାରୀଙ୍କ ପାଖରେ ଯାଦବ ସମାଜ ପକ୍ଷରୁ ଦାବୀ ଉପସ୍ଥାପନ କରାଯାଇଛି । ପୌରାଞ୍ଚଳ ଯାଦବ ସମାଜ ସଭାପତି ପଙ୍କଜ ସେଲମାଙ୍କ ନେତୃତ୍ୱରେ ୬ ଜଣିଆ କମିଟି ପୂଜା କମିଟି ସଭାପତି ଜୟଦେବ ଜାଲ, ପୌରାଞ୍ଚଚଳ ସଭାପତି ଅଷ୍ଟମୀ ବଗର୍ତ୍ତି, ସାଂସ୍କୃତିକ କମିଟିର ସଦସ୍ୟ ପ୍ରଶାନ୍ତ ମହାକୁର, ସଂଦୀପ ବାଗ, ଆକୁଳ ରାଉତ, ପୂଜା କମିଟିର ସଂପାଦକ ଦେବରାଜ ନାଗ ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଯାଦବ ସମାଜ ନିସ୍ପତ୍ତି କ୍ରମେ କୋଭିଡ୍‌ ଗାଇଡଲାଇନକୁ ଦୃଷ୍ଟିରେ ରଖି ଏ ବର୍ଷ ସହର ପରିକ୍ରମା ଓ ବିଭିନ୍ନ ସାଂସ୍କୃତିକ କମିଟିକୁ ରଦ୍ଦ କରାଯାଇଛି । କେବଳ ରୀତିନୀତି ମଧ୍ୟରେ ପୂଜାର୍ଚ୍ଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.