ଆଖି ଲାଗି ଯିବାରୁ ଗଛରେ ପିଟି ହେଲା ଟାଟା ପିକ୍‌ଅପ୍‌

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ମଧୁପୁର-ଖୁଂଟବନ୍ଧ ମଝିରେ ଆଜି ଭୋର ପ୍ରାୟ ସାଢ଼େ ୪ ଟା ବେଳେ ଏକ ଟାଟା ପିକ ଅପ ଗାଡି ନଂ ଓଡ଼ି ୦୭/ଇ -୧୬୧୪ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୌଭାଗ୍ୟକୁ ଗାଡିର ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇ ଅଳ୍ପକେ ନିଶ୍ଚିତ ବଡ ଧରଣର ବିପତ୍ତିରୁ ବର୍ତ୍ତିଯାଇଛନ୍ତି ।ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଡ୍ରାଇଭର ଲମ୍ବୋଦର ରାଉଳ ଓ ହେଲ୍ପର ମହେନ୍ଦ୍ର ସାହୁଙ୍କୁ ପଠାଇଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦେଇଥିବା ଜଣାଯାଇଛି । ସୂଚନାମତେ ବ୍ରହ୍ମପୁରରୁ ବିଦ୍ୟୁତ ସାମଗ୍ରୀ ନେଇ ପାଟଣାଗଡ଼ ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଏକ ଶିଶୁପା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଜହ୍ନାପଙ୍କ ଫାଣ୍ଡିର ପୋଲିସ ଏ ଏସ ଆଇ ସୁବାସଚନ୍ଦ୍ର ମିଶ୍ର ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.