ସଇଁନ୍ତଲାରେ ଓଭର ବ୍ରିଜ ନିର୍ମାଣ ପାଇଁ ଦାବୀ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ନବୀନ ଛକ ଠାରୁ ବ୍ଳକକୁ ସଂଯୋଗ କରୁଥିବା ରାସ୍ତା ଦେଇ ଏକ ରେଳ ଲାଇନ ରହିଥିବା ବେଳେ ଯାତାୟାତ ପାଇଁ ବାଧାପ୍ରାପ୍ତ ହୋଇଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ସ୍କୁଲ, କଲେକ, ବ୍ଳକ ପ୍ରଶାସନ ସମେତ ଡାକ୍ତରଖାନା ପାଇଁ ଏକ ମାତ୍ର ରାସ୍ତା ଅଟେ । ତେବେ ଅନେକ ସମୟରେ ରେଳବାଇ ଚଳାଚଳ ହେଉଥିବା ବେଳେ ଅନେକ ଥର ଫାଟକ ମଧ୍ୟ ପଡି ଥାଏ । ଫଳରେ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ରାସ୍ତା ପାର ହେବା ପାଇଁ ପଡିଥାଏ । ଅନେକ ଥର ଗୁରୁତ୍ୱର ରୋଗୀଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେବାକୁ ହେଲେ ଫାଟକ ପଡିଥିବା ଦ୍ଵାରା ଅପେକ୍ଷା କରିବା ପାଇଁ ମଧ୍ୟ ପଡେ ହେଲେ କାହାର ଦୃଷ୍ଟି ଆକର୍ଷଣ ମଧ୍ୟ ନ ଥାଏ । ଅନେକ ଥର ଲୋକେ ଦାବୀ ମଧ୍ୟ କରି ଆସିଛନ୍ତି ହେଲେ ପ୍ରଶାସନ ନୀରବ ରହୁଥିବା ବେଳେ ଅସନ୍ତୋଷ ମଧ୍ୟ ଦେଖା ଦେଇଛି । ତେବେ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ଓଭରବ୍ରିଜ ନିର୍ମାଣ କରିବା ପାଇଁ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସ୍ଥାନୀୟ ଆଞ୍ଚଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ, ଆଇନଜୀବୀ ଜପେଶ୍ୱର ଯାନୀ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.