ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ କୃଷି ଓଡିଶା ୨୦୨୧ ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କୃଷି ବିଭାଗ ପରିସର ଠାରେ ଜିଲ୍ଲାସ୍ତରୀୟ କୃଷି ମହତ୍ସୋବ ଉଦାଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏହି ମହତ୍ସୋବର ବିଧିବଦ୍ଧ ଉଦଘାଟନ କରିଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇ ପ୍ରାୟ ୧୦୦ ଜଣ ଚାଷୀଙ୍କୁ ପାଠଶାଳା କାର୍ଯ୍ୟକ୍ରମରେ ସାମିଲ କରିବା ସହିତ ଫୁଲଚାଷ ଓ ମତ୍ସ୍ୟପାଳନ ନୂତନ ଜ୍ଞାନକୌଶଳ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଂଚଳର ଚାଷୀମାନେ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ କୃଷି ବୈଜ୍ଞାନିକ ତଥା କୃଷି ଉଦ୍ୟୋଗୀମାନଙ୍କ ସୁଚିନ୍ତିତ ମତାମତ ଜାଣିବାକୁ ପାଇଥିଲେ । ଏହି କୃଷି ମହତ୍ସୋବରେ କୃଷି ବିଭାଗ, ଇଫକୋ, ଆଇସିଏଆରଡିଏ, ମିଲେଟ ମିଶନ, ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ବିଭାଗ, ପ୍ରାଣୀସଂପଦ ବିଭାଗ, ମତ୍ସ୍ୟସଂପଦ ବିଭାଗ ଓ କୃଷି ଯନ୍ତ୍ରପାତିର ୧୦ଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା । ତେବେ ବଲାଙ୍ଗିରର ପାଞ୍ଚ ଜଣ ଆଗୁଆ ଚାଷୀଙ୍କୁ ରାଜ୍ୟ ସ୍ତରରେ ପୁରଷ୍କୃତ କରାଯିବା ପାଇଁ ମନୋନୀତ କରାଯାଇଥିବା ବେଳେ ଲୋଇସିଂହା ବ୍ଲକ ମାଗୁରବେଡା ଗ୍ରାମର ଚାଷୀ ପ୍ରଦ୍ୟୁମ୍ନ ତେଜିଙ୍କୁ ଆଜି ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି । ଏହି ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.