ଗେମଚେ‌ଞ୍ଜର କେରେମ କ୍ଲବର ପ୍ରଥମ ବାର୍ଷିକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଗେମଚେ‌ଞ୍ଜର କେରେମ କ୍ଲବର ପ୍ରଥମ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ କ୍ଲବର ସଭାପତି ଗଜେନ୍ଦ୍ର କୁମାର ମହାନ୍ତି କ୍ଲବର ସମସ୍ତ ସଭ୍ୟ ମାନଙ୍କୁ ସ୍ୱାଗତ କରିଥିଲେ । ସମ୍ପାଦକ ଦିନେଶ୍ୱ ପାଣିଗ୍ରାହୀ ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ଗତବର୍ଷ ଯେମିତି ଭାବରେ କେରେମ ପ୍ରତିଯୋଗିତା ହୋଇଥିଲା ଏବର୍ଷ କରୋନା ଯୋଗୁଁ ଆମେ ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ବାଧ୍ୟ ହେଲୁ । କ୍ଷୀରୋଦ୍ର ସାହୁ, ଆକାଶ ସାହୁ, ଶଙ୍କର ସିଂହା ଏବଂ ଶୁଭଙ୍କର ଏ କାର୍ୟ୍ୟକ୍ରମକୁ ଠିକ ଭାବରେ ପରିଚାଳନା କରିଥିବାରୁ ସଭାପତି ଗଜେନ୍ଦ୍ର କୁମାର ମହାନ୍ତି ତାଙ୍କୁ ଧନ୍ୟବାଦ ଦେଇ ଆଗାମୀ ଥରକୁ ଯେପରି କରୋନା ହଟି ଯାଇଥିଲେ କେରେମ ପ୍ରତିଯୋଗିତା ନିଶ୍ଚେ ହୋଇପାରିବ ବୋଲି କହିଥିଲେ । ଶେଷରେ କ୍ଷୀରୋଦ୍ର ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.