ଖରାଦିନେ ପାଏନ୍‌ ବୁନ୍ଦେ ଲାଗି ବଡ଼ା ଗୁଲ୍‌ଗୁଲା

ତୁରେକେଲା, (କୈଳାଶ ସଗ୍ରିଆ) : କୁଇବାହାଲ ଗ୍ରା.ପ. ଅନ୍ତର୍ଗତ ସେମଲା ଗାଁର କିନ୍ଦେରକେଲା ପଡ଼ା ଥି ପ୍ରାୟ ଦୁଇ ଶହ ଲୋକ୍‌ ରହେସନ୍‌ । ପଡ଼ା ନେ ଗୁଟେ ଢେଁକିଆ କଲ୍‌ । ଖରାଦିନ୍‌ ହେଇଗଲେ ବଡ଼ା ଗୁଲ୍‌ଗୁଲା ହେବାକେ ପଡ଼୍‌ସି । ଫେର୍‌ ଇ’ ଢେଁକିଆ କଲ୍‌ ଥି କାଦୋ ପାଏନ୍‌ ବାହାର୍‌ସି ବଲି ଇତାର୍‌ ମୁହେଁ କପଡ଼ା ବାନ୍ଧି ପାଏନ୍‌ ଛାନି କରି ବେଭାର୍‌ କରୁଛନ୍‌ ଗାଁର୍‌ ଲୋକେ । ପାଏନ୍‌ ଟିକେ ପାଏଲେ ସୁନା ମୁଡେ଼ ପାଏଲା ମେତାନ୍‌ ଲାଗୁଛେ । ଇ ବିଷୋ ନେଇ କରି ମାଁ ଛୁଟିବୁଢ଼ୀ ଏସ୍‌ଏଚ୍‌ଜି ଗୋଷ୍ଠୀର ସଭାନେତ୍ରୀ ଜାମା ମାଝୀ, ସମ୍ପାଦିକା ସୁମିତ୍ରା ମାଝୀ ଆର୍‌ ଏସ୍‌ଏଚ୍‌ଜି ଗୃଫ୍‌ର ସଦସ୍ୟା ମାନେ କହିଛନ୍‌ ଯେ, ଖରାଦିନେ ପାଏନ୍‌ ବୁନ୍ଦେ ନେଇଁ ମିଲ୍‌ବାର୍‌ । ଆମେ ବଡ଼ା ଗୁଲ୍‌ଗୁଲା ହଉଛୁଁ । ଜଲ୍‌ଦି ଆମ୍‌କୁ ପାଏନ୍‌ ଦେବାର୍‌ ବେବସ୍ଥା ନେଇଁ କଲେ ଆଏବାର୍‌ ଦିନ୍‌କେ ମଝା ଖୁଲି ଠାଡ଼୍‌ ହେଇକରି ଆନ୍ଦୋଳନ୍‌ କର୍‌ମୁଁ ।

Leave A Reply

Your email address will not be published.