ପୂର୍ବତନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକଙ୍କ ପରଲୋକ

ରାଉରକେଲା, (କେପିଏନ୍‌ଏସ୍‌) : ଗତକାଲି ସନ୍ଧ୍ୟା ୮ଟା ସମୟରେ ବନେଇକଳା ହାଇସ୍କୁଲର ପୂର୍ବତନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକଙ୍କ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ପୂର୍ବତନ ସେନା କର୍ମଚାରୀ, କ୍ରୀଡାପ୍ରେମୀ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ତଥା ଆଦର୍ଶ ଶିକ୍ଷକ ଥିଲେ । ତାଙ୍କ ଜନ୍ମ ସ୍ଥାନ ହାଟଡିହି ବ୍ଳକ ପଢିଆରୀପଲ୍ଲୀ ଗ୍ରାମରେ । ସେ ବନେଇକଲାରେ ଦୀର୍ଘ ୫୦ ବର୍ଷ ଧରି ରହିଆସୁଥିଲେ । ସେ ବହୁ ଓଡ଼ିଆ ଚଳଚିତ୍ରରେ ତଥା ଧାରାବାହିକରେ ନିଖୁଣ ଅଭିନୟ ମଧ୍ୟ କରିଥିଲେ । ତା‌ଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.