ଯବାନ‌ଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀରର ଶୋପିଆଁନ୍‌ ଅନ୍ତର୍ଗତ ରାଓ୍ଵଲପୋରା ଅଞ୍ଚଳରେ ଆଜି ଯବାନ ଏବଂ ଆତ‌ଙ୍କବାଦୀ‌ଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା । ଫଳରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୋଲିସ ପକ୍ଷରୁ ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଜୈଶର ଟପ୍ କମାଣ୍ଡର ସଜାଦ୍ ଆଫଗାନୀ ୨୦୧୮ରୁ କାଶ୍ମୀର ଘାଟିରେ ସକ୍ରିୟ ଥିଲା । ତେବେ ସେନା ପକ୍ଷରୁ ଆତଙ୍କବାଦୀ ଲୁଚିଥିବା ସ୍ଥାନକୁ ଘେରି ଦିଆଯାଇ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ସିଲ୍ କରି ଦିଆଯାଇଛି । ଏହି ଅପରେସନରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । ମୃତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ ।

Leave A Reply

Your email address will not be published.