ଜଙ୍ଗଲରେ ନିଆଁକୁ ନେଇ ଉଦ୍‌ବେଗ : ଗନ୍ଧରେଲ ଗାଁରେ ଲୋକଙ୍କୁ ସହଯୋଗ ମାଗିଲେ ବୁଦ୍ଧିଜୀବୀ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲରେ ଲାଗୁଥିବା ନିଆଁକୁ ନେଇ ଉଦବେଗ ପ୍ରକାଶ ପାଇଛି । ନିଆଁକୁ ଆୟତ୍ତ କରିବା ତଥା ଲୋକଙ୍କୁ ସଚେତନ କରିବାକୁ ଗନ୍ଧରେଲ ଗାଁରେ ଲୋକଙ୍କୁ ସହଯୋଗ ମାଗିଛ‌ନ୍ତି ବୁଦ୍ଧିଜୀବୀ । ବଲାଙ୍ଗିର ଡିଏଫଓ ସମୀର କୁମାର ଶତପଥି, ବୁଦ୍ଧଜୀବୀ ହେମନ୍ତ ପଣ୍ଡା, ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ସିଭିଲ ସୋସାଇଟିର ନୀଳମଣି ମିଶ୍ର, ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟିର ସଭାପତି ମନୋରଂଜନ ସାଏ, ଓ୍ବାର୍ଡ ମେମ୍ବର ଶ୍ରୀକାନ୍ତ ନନ୍ଦ, ସାମ୍ବାଦିକ ସୁଧୀର ମିଶ୍ର, ସନ୍ଦୀପ କୁଅଁର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ସୁନୀଲ ମହାନ୍ତି, ପ୍ରଶାନ୍ତ ମହାକୁର, ମାହେଶ୍ବରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ଯୁବ ଏକ୍ସନକମିଟିର ସଭାପତି ବିନୋଦ କାଲସାଏ, ଏଆଇଡିଏସଓର ସୁନୀଲ ଭୋଇ, ଜୁନିୟର ରେଡକ୍ରସ ସୋସାଇଟିର ରାମନାରାୟଣ ଦାସ, ବିଜେପିର ଯୁବନେତା ଦୀନେଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ଜଙ୍ଗଲ ନିଆଁକୁ ନେଇ ସମସ୍ତେ ସଚେତନ ହେବାକୁ ଆହ୍ବାନ ଦିଆଯାଇଛି ।

Leave A Reply

Your email address will not be published.