csstore

କନସିଂହା ଚନ୍ଦ୍ରଶେଖର ପୀଠରେ ମହାଶିବରାତ୍ରି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ହେଉଛି ଦେବ ଦେବ ମହାଦେବଙ୍କ ଜାଗର ଯାତ୍ରା ବା ମହାଶିବରାତ୍ରି । ଆଜିର ଦିନରେ ମହାଦେବଙ୍କ ମନ୍ଦିରରେ ପାଣି ଚଢ଼ାଇଲେ ଶିବ କୃପା ଲାଭ ହୁଏ । ତେଣୁ ଆଜି ସମସ୍ତ ଶିବ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲା ପଦମପୁର ବ୍ଲକ୍ କନସିଂହା ସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ କଥା ଅଛି ଯେ ଏହି ମନ୍ଦିରରେ ମନସ୍କାମନା କରି ଶିବ ଲିଙ୍ଗରେ ପାଣି ଢାଳିଲେ ତାର ମନସ୍କାମନା ପୂରଣ ହୋଇଥାଏ । ତେଣୁ ଏହି ମନ୍ଦିରକୁ ଦୂର ଦୁରାନ୍ତରରୁ ଭକ୍ତ ମାନେ ଦର୍ଶନ କରିବା ପାଇଁ ଆସିଥାନ୍ତି । ଚଳିତ ବର୍ଷ କିପରି ଶିବରାତ୍ରି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେଥିପାଇଁ ଗ୍ରାମବାସୀ ମାନେ ସମ୍ପୂର୍ଣ ରୂପେ ଲାଗି ପଡ଼ିଛନ୍ତି । ଗ୍ରାମର ରତ୍ନାକର ଶତପଥୀ, ହେମସାଗର ସାହୁ, ଯାଦବ ସିଂ ବରିହା, ଟିକେଲାଲ ସାହୁ, ଋଷୁବ ପର୍ଡିଆ, ନରୋତ୍ତମ ସାହୁ, ଶ୍ରୀନିବାସ ପ୍ରଧାନ, ପ୍ରଦୀପ ବାରିକ, ନିରଞ୍ଜନ ଦାସ, ଘନଶ୍ୟାମ ବେହେରା, ଲିଙ୍ଗରାଜ ସିଂ ବରିହା ପ୍ରମୁଖ ମନ୍ଦିରରେ ଉପସ୍ଥିତ ରହି ସମସ୍ତ କାର୍ୟ୍ୟ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.