ଆଉ ନାହାନ୍ତି ବ୍ୟବସାୟୀ ବାସୁଦେବ ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ୟବସାୟୀ ବାସଦେବୁ ସାହୁ ଆଉ ନାହାନ୍ତି । ଠିକାଦାର ପଡା ସ୍କୁଲ କମ୍ପେ୍ଲକ୍ସ ଠାରେ ବାସୁ ବାବୁ ଏକ ବେଶ ଜଣାଶୁଣା କିରାନା ଦୋକାନ କରିଥଲେ । ଆଜି ପ୍ରାତଃ ୩ଟା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ପରିବାର ଲୋକେ ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜକୁ ନେଇଥିଲେ । ଡାକ୍ତର ହୃଦଘାତରେ ତାଙ୍କର ମୃତ୍ୟୁ ହୋଥିବା ଘୋଷଣା କରିଥିଲେ । ମୃତ୍ୟୁ ସମୟରେ ତାଙ୍କ ଧର୍ମପତ୍ନୀ ପାର୍ବତିଙ୍କ ସମେତ ପୁଅ ଜୟନ୍ତ, ବୁଲୁ, ଝିଅ ସର, ଜ୍ୱାଇଁ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ସମୟରେ ତାଙ୍କୁ ୬୪ ବର୍ଷ ହେଉଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବରପାଲି ପଡା ତଥା ସହରାଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ବାସୁ ଦେବଙ୍କ ସମ୍ମାନରେ ଆଜି ଠିିକାଦାର ପଡା ସ୍କୁଲ କମ୍ପେ୍ଲକ୍ସ ବନ୍ଦ କରାଯାଇଥିବା ବେଳେ ବ୍ରାହ୍ମଣପଡା ଅଂଚଳ ମଧ୍ୟ ବନ୍ଦ ରଖା ଯାଇଥିଲା । ସ୍ଥାନୀୟ ବିଭୂତିପଡା ଶସ୍ମାନ ଘାଟରେ ତଙ୍କର ଶେଷକ୍ରିୟା କରାଯାଇଥିଲା । ବଡ ପୁଅ ଜୟନ୍ତ ମୁଖାଗ୍ନି ଦେଇଥିଲେ । ଚିତ ପରିଚିତ ଶହ ଶହ ଲୋକ ଶ୍ମାଶାନକୁ ଯାଇ ତଙ୍କ ଶେଷ ଦର୍ଶନ କରିଥିବା ଦେଖା ଯାଇଥିଲା ।

Leave A Reply

Your email address will not be published.