ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ୧୨୮ତମ ମାସିକିଆ ବୈଠକ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ପଞ୍ଚାନନ ସେଠ ଗତ ମାସିକିଆ ବୈଠକର ବିସୃତ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ, ମାଲପଡା ବାସିନ୍ଦାଙ୍କ ମୁଖ୍ୟ ସମସ୍ୟାମାନଙ୍କ ଉପରେ ଆଲୋଚିତ ହୋଇଥିଲା । ରୋଡ୍‌ମାନଙ୍କ ମରାମତି ଡ୍ରେନ ଉପରେ ସିମେଣ୍ଟ କଭର ହୋଇପାରି ନାହିଁ । ବହୁ ବର୍ଷ ଧରି ଆଲୋଚିତ ପିଚୁ ରାସ୍ତା ଟିକ୍ରାପଡା (ପ୍ରହରୀ ଛକରୁ) ସିଧା ଦକ୍ଷିଣକୁ ନାଳ ପର୍ଯ୍ୟନ୍ତ ପିଚୁକରଣ, ମେଟ୍ରିକ ପରିକ୍ଷାରେ ସ୍ଥାନୀୟ ଉନ୍ନତ ମାନର ଛାତ୍ରଙ୍କ ସମ୍ମାନିତ କରିବା ଓ ପାଣି ଅଚଳ ନଳକୂପମାନେ ମରାମତି । ରାସ୍ତା ମାନଙ୍କ ଉପରେ ପଡିଥିବା ଆବର୍ଜନ ସଫା ଉପରେ ବିସୃତ ଆଲୋଚନା ହୋଇଥିଲା । ବୈଠକରେ ବରିଷ୍ଠ ସଦସ୍ୟ ଭବାନୀ ଶଙ୍କର ଶତପଥି, ଗୋପବନ୍ଧୁ ପୁରୋହିତ, ଦିବାକର ହୋତା, ନିମାଇଁ ଚରଣ ଦାସ, ଦେବଜିତ ଯୋଷୀ, ଶିବ ପ୍ରସାଦ ଶତପଥି, ଆକୁଳ ବେହେରା ଓ ଅନ୍ୟାନ୍ୟ ସଭ୍ୟମାନେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ଉପସଭାପତି ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.