ନୋଡ଼ସ୍ ବ୍ଲଗ୍ ସାହିତ୍ୟ ପରିବାର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୋଡ଼ସ୍ ବ୍ଲଗ୍ ସାହିତ୍ୟ ପରିବାର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥ ଭାବେ ଡ଼ ପ୍ରିୟମ୍ବଦା ସାମଲ ଓ ନୋଡ଼ସ୍ ବ୍ଲଗ୍ ପରିବାରର ପ୍ରତିଷ୍ଠାତ୍ରୀ ସୁଶ୍ରୀ ପୋତଶ୍ରୀୟା ବଢେଇ ସମେତ ଅନ୍ୟାନ୍ୟ ସଭ୍ୟା ଆରତୀ ସାହୁ, ମୋନାଲିସା ସିଂହ, ଡ଼ିଲେଶ୍ଵରୀ ମେହର ତଥା ଉପସ୍ଥାପିକା ଭାବରେ ଆକାଂକ୍ଷା ଶର୍ମା ଯୋଗଦାନ କରିଥିଲେ । ଡ଼. ସାମଲ ନାରୀ ସଶକ୍ତିକରଣ ଉପରେ ଅନେକ ଗୁରୁତ୍ୱପୁର୍ଣ୍ଣ ମନ୍ତବ୍ୟ ମାନ ପ୍ରଦାନ କରିଥିଲେ । ଏହି ଶୁଭ ଅବସରରେ ନୋଡ଼ସ୍ ବ୍ଲଗ୍ ପରିବାର ତରଫରୁ ନାରୀ ମାନଙ୍କ ବିକାଶ ନିମନ୍ତେ କେତେକ ନୂତନ ପଦକ୍ଷେପ ମାନ ଗ୍ରହଣ କରାଯିବ ବୋଲି ସମସ୍ତେ ସଂକଳ୍ପବଦ୍ଧ ହେଇଥିଲେ । ଏତତ୍ ସମେତ ନୋଡ଼ସ୍ ବ୍ଲଗ୍ ପରିବାର ତରଫରୁ ଏକ ରାଜ୍ୟ ସ୍ତରୀୟ ରକ୍ତଦାନ ଶିବିର ନାରୀନେତ୍ରୀ ମାନଙ୍କ ନେତୃତ୍ବରେ ଅନୁଷ୍ଠିତ କରାଯିବ ବୋଲି ନୋଡ଼ସ୍ ବ୍ଲଗ୍ ସାହିତ୍ୟ ଅନୁଷ୍ଠାନ ର ପ୍ରତିଷ୍ଠାତ୍ରୀ ପୋତଶ୍ରୀୟା ବଢେଇ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.