ଆଜି ରାଜ୍ୟରେ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୨୨ ରହିଛି । ଆଜି ୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୫, ବରଗଡ଼ରୁ ୨, ବଲାଙ୍ଗିରରୁ ୧, କଟକରୁ ୮, ଦେବଗଡରୁ ୨, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୩, ଖୋର୍ଦ୍ଧାରୁ ୧୨, ମୟୂରଭଞ୍ଜରୁ ୬, ପୁରୀରୁ ୨, ରାୟଗଡାରୁ ୧, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୭ ଓ ଷ୍ଟେଟପୁଲରୁ ୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୭୮୬୦ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ୩୩୫୧୬୮ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.