ଜଙ୍ଗଲ ନିଆଁକୁ ନେଇ ପ୍ରଫେସର ସୁଜିତଙ୍କ ଉଦବେଗ : ପାଣିବୋହି, ଡାଳରେ ବାଡେଇ ନିଆଁ ଲିଭାଇଲେ

ବଲାଙ୍ଗିର,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଜଙ୍ଗଲ ମାନଙ୍କରେ ବ୍ୟାପକ ପରିମାଣରେ ନିଆଁ ଲାଗି ବନ ସଂପଦ କ୍ଷତି ହେଉଛି । ଏଥିଯୋଗୁଁ ସବୁଆଡେ ଧୂଆଁମୟ ହୋଇ ପରିବେଶ ପ୍ରଦୁଷିତ ହେଉଛି । ଗତକାଲି ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ରାସ୍ତାରେ ଗଲା ବେଳେ ଜଙ୍ଗଲରେ ନିଆଁ ଲାଗିଥିବା ଦେଖି ଦିଲ୍ଲୀରେ ରହୁଥିବା ପ୍ରଫେସର ସୁଜିତ କୁମାର ପୃଷେଠ୍‌ ଗଭୀର ଉଦବେଗ ପ୍ରକାଶ କରିଥିଲେ । ମହିଳା ଦିବସ ପାଳନ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ସାଙ୍ଗରେ ଯାଉଥିବା ଭେଟନାରୀ ଅଫିସର ଡ.ସୁଜିତ ଶତପଥିଙ୍କ ସାଥୀରେ ଓହ୍ଲାଇ ନିଆଁକୁ ଲିଭାଇଥିଲେ । ନିଜେ ପ୍ରଥମେ ଗଛର ଡାଳ ଭାଙ୍ଗି ଜଳୁଥିବା ନିଆଁକୁ ବାଡେଇ ଲିଭାଇଥିଲେ । ଏହା ସହିତ ଗାଡିରେ ଥିବା ପାଣି ନେଇ ବୋତଲରେ ଜଳୁଥିବା ପତ୍ରରେ ପକାଇଥିଲେ । ତଥାପି ସବୁ ନିଆଁ ଆୟତ ହୋଇ ନଥିବାରୁ ସ୍ଥାନୀୟ ଗାଁଲୋକ ଓ ଜଙ୍ଗଲ ବିଭାଗର ଫରେଷ୍ଟରଙ୍କୁ ଡାକି ବାଲଟି ଅଣାଇ ପାଣି ବୋହି ନିଆଁକୁ ଲିଭାଇଥିଲେ । ଲୋକଙ୍କର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ପ୍ରଫେସର ଓ ଭେଟେନାରୀ ଡାକ୍ତରଙ୍କ ଉଦ୍ୟମକୁ ସ୍ଥାନୀୟ ଅଧିବାସୀ ପ୍ରଶଂସା କରିବା ସହିତ ନିଜେ ସମ୍ମିଳିତ ହୋଇ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ । ରାସ୍ତାକଡରେ ଥିବା ପତ୍ରା ଜଙ୍ଗଲରୁ ନିଆଁ ଲାଗିବା ଆରମ୍ଭ କରି ସଂରକ୍ଷିତ ଜଙ୍ଗଲକୁ ବ୍ୟାପୁଛି । ଫଳରେ ଜଙ୍ଗଲର ଔଷଧିୟ ବୃକ୍ଷ, ବନ୍ୟଜନ୍ତୁ, ସରୀସୃପ ନିଆଁରେ ପୋଡି ନଷ୍ଟ ହେଉଛନ୍ତି । ଏମାନଙ୍କୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟୀତ୍ବ ରହିଛି । ସ୍ଥାନୀୟଲୋକ ଓ ଜଙ୍ଗଲ ବିଭାଗର ସମ୍ମିଳିତ ଉଦ୍ୟମ ହେଲେ ଜଙ୍ଗଲ ନିଆଁକୁ ଆୟତ୍ତ କରିହେବ ବୋଲି ପ୍ରଫେସର ଡ.ସୁଜିତ କୁମାର କହିଛନ୍ତି ।

Leave A Reply

Your email address will not be published.