jayashree

ଏବେ ସ୍ୱିଜରଲ୍ୟାଣ୍ଡରେ ବି ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି : ୫୧% ଭୋଟର ଦେଲେ ସହମତ

ଜ୍ୟୁରିଖ୍‌ : ଫ୍ରାନ୍ସ ପରେ, ଏବେ ଅନ୍ୟ ଏକ ୟୁରୋପୀୟ ଦେଶ ସ୍ୱିଜରଲ୍ୟାଣ୍ଡ ମଧ୍ୟ ମୁସଲମାନ ମହିଳାମାନଙ୍କୁ ବୁର୍ଖା ପିନ୍ଧିବାକୁ ବାରଣ କରିବା ପାଇଁ ପ୍ରସ୍ତୁତ ହେଉଛି । ସ୍ୱିଜରଲ୍ୟାଣ୍ଡର ୫୧ ପ୍ରତିଶତ ଲୋକ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ମତ ଦେଇଛନ୍ତି । ନିଷେଧାଦେଶ ଉପରେ ଭୋଟ୍ ଦେବା ସମୟରେ ବୁର୍ଖା ଲଗେଇବା ନୀତିକୁ କଡ଼ା ଆଘାତ ଲାଗିଥିବାର ଦେଖାଯାଇଥିଲା । ସମର୍ଥକମାନେ ଏହି ନିଷ୍ପତ୍ତିକୁ ପ୍ରଶଂସା କରୁଥିବା ବେଳେ ଏହାକୁ ମୌଳିକବାଦୀ ଇସଲାମ ବିରୁଦ୍ଧରେ ପଦକ୍ଷେପ ବୋଲି କହୁଥିବା ଜଣାପଡ଼ିଛି । ଏହାର ବିରୋଧୀମାନେ ଏହାକୁ ଜାତିଗତ ବୋଲି ବି କହିଛନ୍ତି ।
ସରକାରୀ ଆକଳନରୁ ଜଣାପଡିଛି ଯେ ୫୧.୨୧ ପ୍ରତିଶତ ଭୋଟର ବୁର୍ଖା ନିଷେଧକୁ ସମର୍ଥନ କରିଛନ୍ତି ଏବଂ ଅଧିକାଂଶ ଫେଡେରାଲ୍ ପ୍ରଦେଶ ଏହି ପ୍ରତିବନ୍ଧକକୁ ସମର୍ଥନ କରିଛନ୍ତି । ସମୁଦାୟ ୧,୪୨୬,୯୯୨ ଭୋଟର ଏହି ପ୍ରତିବନ୍ଧକକୁ ସମର୍ଥନ କରିଥିଲେ ଏବଂ ୧,୩୫୯,୬୨୧ ଲୋକ ଏହି ପ୍ରତିବନ୍ଧକକୁ ବିରୋଧ କରିଥିଲେ । ଏହି ଭୋଟ ଗ୍ରହଣରେ ​​ମୋଟ ୫୦.୮ ପ୍ରତିଶତ ଲୋକ ଭୋଟ୍ ଦେଇଛନ୍ତି । ଏଥିରେ ​​ଲୋକଙ୍କୁ ପଚରାଯାଇଥିଲା ଯେ, ବୁର୍ଖାକୁ ସର୍ବସାଧାରଣ ସ୍ଥାନରେ ନିଷେଧ କରାଯିବା ଉଚିତ କି ନୁହେଁ ? ବର୍ତ୍ତମାନ ୫୧.୨୧ ପ୍ରତିଶତ ଲୋକ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ସପକ୍ଷରେ ମତ ଦେଇଛନ୍ତି ।

Leave A Reply

Your email address will not be published.