୮ଫୁଟ ଲମ୍ବର କୁମ୍ଭୀରକୁ ଡ୍ରେନରୁ ଉଦ୍ଧାର କଲା ବନବିଭାଗ

ବ୍ରହ୍ମପୁର : ବ୍ରହ୍ମପୁର ଜି‌ଲ୍ଲା ଦିଗପହଣ୍ଡି ରେଞ୍ଜ୍‌ ଅଧୀନ ଉଜ୍ଜଳେଶ୍ୱର ମନ୍ଦିର ନିକଟ ପୁଷ୍କରଣୀକୁ ଲାଗିଥିବା ଡ୍ରେନରୁ ୮ଫୁଟ ଲମ୍ବର ଏକ କୁମ୍ଭୀରକୁ ଗ୍ରାମବାସୀ ଦେଖିବାକୁ ପାଇ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ ଟିମ୍‌ର ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ ଓ ବନରକ୍ଷୀ ମୁରଲୀଧର ନାୟକ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଥିଲେ । ଏହାପରେ ଏକ ଟାଟା ଏସିଇ ଗାଡ଼ି ଯୋଗେ କୁମ୍ଭୀରକୁ ସୁରକ୍ଷିତ ଭାବେ ନେଇ ଘୋଡ଼ାହାଡ଼ ଡ୍ୟାମ୍‌ରେ ଛାଡ଼ିଥିବା ଜଣାପଡ଼ିଛି ।

Leave A Reply

Your email address will not be published.