jsm

ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ନୂତନ କଂପ୍ୟୁଟର ସାକ୍ଷରତା କେନ୍ଦ୍ର ଉଦ୍‌ଘାଟିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘ସେବା ଓ ଭକ୍ତି’ ଆଦର୍ଶକୁ ନେଇ ସିଆର୍‌ପିଏଫ୍‌ ଅଧିକାରୀ ଓ ଯବାନ୍‌ମାନେ ନିଜ ପରିବାର ଠାରୁ ଦୂରରେ ରହି ରାଷ୍ଟ୍ରସେବାରେ ବ୍ରତୀ ହୋଇ ରହିଛନ୍ତି । ୨୦୧୮ରେ ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ଗରିବ ଛାତ୍ରମାନଙ୍କ ପାଇଁ ଏକ କଂପ୍ୟୁଟର ସାକ୍ଷରତା କେନ୍ଦ୍ର ଖୋଲାଯାଇଥିଲା । ତେବେ ଏହା କୋଭିଡ ମହାମାରୀ ସଂକ୍ରମଣ ଦୃଷ୍ଟିରୁ ବିଗତ ସମୟରେ ବନ୍ଦ ହୋଇଥିବା ବେଳେ ଗତ ୪ ତାରିଖ ଦିନ ପୁଣି ଏହାକୁ ଆରମ୍ଭ କରାଯାଇଛି । ଏଥିରେ ସହଯୋଗ କରିଛି ଏସ୍‌ବିଆଇ, ବଲାଙ୍ଗିର । ୪ଟି ନୂତନ କଂପ୍ୟୁଟର, ୪ଟି ନୂତନ କଂପ୍ୟୁଟର ଟେବୁଲ ସହ ଏକ ଏସି ମଧ୍ୟ ଯୋଗାଇ ଦେଇଛି ବଲାଙ୍ଗିର ଏସ୍‌ବିଆଇ ବୋଲି ମିଳିଥିବା ସୂଚନାରେ କୁହାଯାଇଛି । ଏହି ଅବସରରେ ଏସ୍‌ବିଆଇ ମହାପ୍ରବନ୍ଧକ ବିଜୟ କୁମାର କୁଜୁର, ଏସ୍‌ବିଆଇ ଉପ ମହାପ୍ରବନ୍ଧକ ମଦନ ମୋହନ ବେରିହା, କ୍ଷେତ୍ରୀୟ ପ୍ରବନ୍ଧକ ଭରତ ଚରଣ ସାହୁ, ବରିଷ୍ଠ ପ୍ରବନ୍ଧକ ପ୍ରଭାତ ରଂଜନ ନାୟକ, ସିଆର୍‌ପିଏଫ୍‌ ଦ୍ୱିତୀୟ କମାଣ୍ଡ ଅଫିସର ପୀତବାସ ପଣ୍ଡା, ଉପ କମାଣ୍ଡ ଅଧିକାରୀ ବିନୋଦ କୁମାର ଟଣ୍ଡନଙ୍କ ସହ ସିଆର୍‌ପିଏଫ୍‌ର ଅନ୍ୟ ଅଧିକାରୀ ତଥା ଯବାନ୍‌ମାନେ ସାମିଲ୍‌ ଥିଲେ । ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୋର୍ଯ୍ୟ ଉଦ୍‌ଘାଟନ ସମାରୋହରେ ଶିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

yuvodaya
Leave A Reply

Your email address will not be published.