ଗିରଫ ହେଲେ ସନ୍ତୋଷ ହତ୍ୟା ମାମଲା ଦୁଇ ଭାତୃହନ୍ତା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଧିନ ଗୋଛାପଡା ପଞ୍ଚାୟତ ମଲିକପଡା ଗ୍ରାମର ଓ.ଏସ.ଏ.ପି. କନେଷ୍ଟବଳ ସନ୍ତୋଷ ଜାନୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ହୋଇଥିଲା । ତେବେ ହତ୍ୟା ମାମଲାର ଅଭିଯୁକ୍ତ କୁହାଯାଉଥିବା ଦୁଇ ଭାତୃହନ୍ତା ସାର୍ତ୍ତିକ ଜାନୀ ଓ ପ୍ରଶାନ୍ତ ଜାନୀକୁ ବାଉଁଶୁଣୀ ପୋଲିସ ଧରିବାରେ ସକ୍ଷମ ହୋଇଛି । ବୁଧବାର ସକାଳେ ମଝିଆ ଭାଇ ପ୍ରଶାନ୍ତକୁ ବ୍ରାହ୍ମଣୀପାଲି ପଞ୍ଚାୟତ ରେଙ୍ଗାଲି ରାସ୍ତାରୁ ଧରିଥିବା ବେଳେ ସନ୍ଧ୍ୟାରେ ବଡ଼ ଭାଇ ସାର୍ତ୍ତିକକୁ ବ୍ରାହ୍ମଣିପାଲି ଗ୍ରାମ ପଞ୍ଚାୟତ ବିଜାପଦର ଗ୍ରାମ ମାଳିସାହି ନିକଟରୁ ଧରିଥିଲେ । ତଦନ୍ତ ସମୟରେ ହତ୍ୟା କରିଥିବା ବିଷୟ ‌ସ୍ୱୀକାର କରିଥିଲେ । ଗତକାଲି ପ୍ରଶାନ୍ତକୁ କୋର୍ଟଚାଲାଣ କରାଯାଇଛି । ଆଜି ସାର୍ତ୍ତିକକୁ କରାଯିବ ବୋଲି ବାଉଁଶୁଣି ଥାନା ଅଧିକାରୀ ସୁବାଷ ରାୟଗୁରୁ ସୁଚନା ଦେଇଛନ୍ତି । ସୂଚନା ମତେ ପରକୀୟା ପ୍ରୀତିରୁ ପାରିବାରିକ କଳହ ଉପୁଜିଥିଲା । ଫଳରେ ରବିବାର ରାତିରେ ବଡ଼ ଭାଇ ଓ ମଝିଆ ଭାଇ ମିଶି ସାନ ଭାଇକୁ କାଠ ଫାଳିଆରେ ଆକ୍ରମଣ କରି ମାରିଦେବା ପରେ ଶବକୁ ଘୋଷାଡି ନେଇ ଘର ସାମ୍ନା ଏକ କ୍ଷେତରେ କିରୋସିନ ଢାଳି ପୋଡି ଦେଇଥିଲେ ।

Leave A Reply

Your email address will not be published.