ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ, ୩ ଗୁରୁତର

ମାଲକାନଗିରି : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗୁରୁବାର ସକାଳେ ଟୋକ୍ଲୋ ଥାନା ଅନ୍ତର୍ଗତ ଲାଞ୍ଜି ଜଙ୍ଗଲରେ ଜିଲ୍ଲା ପୋଲିସ ଏବଂ ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିଲେ । ହଠାତ୍ ସିଆରପିଏଫ ଯବାନଙ୍କ ଗୋଡ ପଡିଥିଲା ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉପରେ । ଫଳରେ ୨ ଯବାନ ସହିଦ ହୋଇଥିବା ବେଳେ ୩ ଗୁରୁତର ହୋଇଥିଲେ । ସହିଦ ଯବାନ ହେଲେ ହାର୍ଦ୍ୟର ସାହା ଏବଂ କିରଣ ସୁରିନ । ଗୁରୁତର ୩ ଯବାନଙ୍କୁ ହେଲିକାପ୍ଟର ଯୋଗେ ରାଞ୍ଚି ସ୍ଥାନାନ୍ତର କରାଯାଇଛି । ଗୁରୁତର ୩ଜଣ ଯବାନ ହେଲେ ହେଡ୍ କନଷ୍ଟେବଳ ଦେବେନ୍ଦ୍ର କୁମାର ପଣ୍ଡିତ, କନଷ୍ଟେବଳ ଦୀପ ତପୋନ ଏବଂ କନଷ୍ଟେବଳ ନିକ୍କୁ ଉରାମ୍ବ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

Leave A Reply

Your email address will not be published.