ପଞ୍ଚାୟତ କାନ୍ଥରେ ନାମ ଥାଇ ବି ଆବାସ ଘର ମିଳୁନି

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗରିବ ଅସହାୟ ଲୋକଙ୍କୁ କିପରି ଉପହାସ କରାଯାଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ଜଗବନ୍ଧୁ କେତକିଙ୍କ ନାମ ପଞ୍ଚାୟତ କାନ୍ଥରେ ଲେଖାଯାଇଛି ହେଲେ ଘର ମିଳୁନି । ଟଙ୍କପାଣି ପଞ୍ଚାୟତ କାନ୍ଥରେ ଆବାସ ଘରର ସମସ୍ତ ଗାଁର ହିତାଧିକାରୀଙ୍କ ନାମ ଓ ଲିଷ୍ଟ ଲେଖାଯାଇଛି ।ସେଥିମଧ୍ୟରୁ ଜଗବନ୍ଧୁଙ୍କ ନାମ ୨ ନମ୍ବରରେ ରହିଛି । ହେଲେ ତାଙ୍କ ନାମକୁ ବାଦ୍ ଦେଇ ତାଙ୍କଠୁ ୫୦/୬୦ ନମ୍ବର ଥିବା ହିତାଧିକାରୀଙ୍କୁ ଆବାସ ଘର ଦିଆଯାଇଥିବା ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଜଗବନ୍ଧୁଙ୍କୁ ଘର ଦିଆଯିବ ବୋଲି ତାଙ୍କ ଠାରୁ ଟଙ୍କପାଣି ପଞ୍ଚାୟତ ଜିଓଟେଗ ଜଗନ୍ନାଥ ବିଶ୍ୱାଲ ଆଧାର କାର୍ଡ, ଭୋଟର କାର୍ଡ ଏବଂ ପାସବହି ନେଇଥିଲେ । ହେଲେ କାଗଜ ପତ୍ର ଦିଆଯାଇଥିବା ୨/୩ ବର୍ଷ ହେବ ଆଜି ଯାଏଁ ଜଗବନ୍ଧୁଙ୍କୁ ଆବାସ ଘର ଦିଆଯାଇ ନାହିଁ । ଶେଷରେ ଘର ନମିଳିବାରୁ ସରପଞ୍ଚଙ୍କ ଠାରୁ ବିଡିଓ ପର୍ୟ୍ୟନ୍ତ ଘର ଖଣ୍ଡିଏ ପାଇଁ ଗୁହାରି କଲେ ସୁଦ୍ଧା କେହି ଶୁଣୁ ନାହାନ୍ତି । ଜଣେ ଅସହାୟ ଗରିବ ଲୋକଙ୍କୁ ହଟହଟା କରୁଥିବାରୁ ଗ୍ରାମବାସୀ ନାପସନ୍ଦ କରିଛନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ଆବାସ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.