ବୌଦ୍ଧ, (ବଂଶୀଧର ମାଝୀ) : କରୋନା ପ୍ରଭାବରେ ବିଦ୍ୟାଳୟ ଗୁଡିକ ବନ୍ଦ ଥିବାରୁ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଭିତରେ ଶିକ୍ଷାର ବ୍ୟବଧାନକୁ ଦୂର କରିବା ପାଇଁ ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧଶାଖା ପକ୍ଷରୁ ଜିଲ୍ଲା ବ୍ୟାପି ମୋ ଚାଟଶାଳୀ ଖୋଲିବାକୁ ନିଷ୍ପତ୍ତି ନେଇଛି । ବୁଧବାର ସଂଗଠନ ପକ୍ଷରୁ ରଇଠାଣୀ ସ୍ଥିତ କାର୍ୟ୍ୟାଳୟରେ ଜନ ଅଧିକାର ସୁରକ୍ଷା ମଞ୍ଚର ଆବାହକ ସତ୍ୟଜିତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋ ଚାଟଶାଳୀ କାର୍ୟ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ବରିଷ୍ଠ ସମାଜ ସେବୀ ଇଂ. ବିକାଶ ମହାକୁଡ ଓ କଣ୍ଟାମାଳ ବ୍ଲକ ସଂଯୋଜକ ମୀନ କେତନ ବାଘ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ୟ୍ୟକ୍ରମର ସଫଳତା କାମନା କରିଥିଲେ । କିର୍ୟ୍ୟକ୍ରମରେ ଆଦିମ ଅଧିବାସୀ ଏକତା ମଞ୍ଚ ସଭାପତି ଦାଶରଥି ନାଏକ ଅଧ୍ୟକ୍ଷତା କରିଥିଲେ । ବୌଦ୍ଧ ବ୍ଲକ୍ ସଂଯୋଜକ ନିରଞ୍ଜନ ବିଶି ସଂଯୋଜନା କରିଥିଲେ । ସଂଗଠନ ତରଫରୁ ଜିଲ୍ଲାର ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ୨୦ ଟି ପଞ୍ଚାୟତର ୨୪୭ଟି ଗ୍ରାମରେ ୩୯୪୮ ପିଲା ମାନଙ୍କୁ ପ୍ରତିକାରାତ୍ମକ୍ ଶିକ୍ଷା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଉକ୍ତ କାର୍ୟ୍ୟକ୍ରମରେ ହରଭଙ୍ଗା ବ୍ଲକ ସଂଯୋଜକ ଅଶୋକ ନାଏକ, କଣ୍ଟାମାଳ ବ୍ଲକ ସହସଂଯୋଜକ ସମ୍ପତ୍ତି ବାଘଙ୍କ ସମେତ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।