csstore

ବରଗଡ ଜିଲ୍ଲା ଆଦିବାସୀ ସେଲ ସଭାପତି ହେଲେ ଯୁବ ନେତା ପୁରୁଷୋତ୍ତମ ନାଏକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ଭୁବନେଶ୍ୱରପୁର ଗ୍ରାମର ଯୁବନେତା ପୁରୁଷୋତ୍ତମ ନାଏକଙ୍କୁ ବରଗଡ଼ ଜିଲ୍ଲା ଆଦିବାସୀ ସେଲର ସଭାପତି ଭାବେ ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଗୁରୁ ଦାୟି‌ତ୍ୱ ପ୍ରଦାନ କରିଛନ୍ତି । ଏ ପରିପ୍ରେକ୍ଷୀରେ ଗତ ଗୁରୁବାର ଦିନ ଶ୍ରୀ ଷଡ଼ଙ୍ଗୀ ଦଳର ସାଂଗଠନିକ ମଜଭୁତ ସକାଶେ ବିଭିନ୍ନ ପଦାଧିକାରୀଙ୍କ ନାମ ଘୋଷଣା କରିଥିଲେ । ଯୁବନେତା ପୁରୁଷୋତ୍ତମ ନାଏକ କହିଥିଲେ ଯେ, ଦଳ ତଥା ଆଦିବାସୀ କଲ୍ୟାଣ ପାଇଁ ମୁଁ ସଦାସର୍ବଦା ନିଜକୁ ବାଜି ଲଗାଇ ଆଗକୁ କାମ କରିବି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ସାଂସଦ ସୁରେଶ ପୂଜାରୀଙ୍କ ସହ ବରଗଡ ଜିଲ୍ଲାର ବି.ଜେ.ପି ଦଳର ବରିଷ୍ଠ ପଦାଧିକାରୀମାନେ ମୋ ଉପରେ ଅନେକ ଆଶା ପ୍ରକଟ କରି ଏ ଗୁରୁତ୍ୱପୂର୍ଣ୍ଣ ଦାୟି‌ତ୍ୱ ପ୍ରଦାନ କରିଥିବାରୁ ମୁଁ ତାଙ୍କ ମାନଙ୍କ ଠାରେ ଚିର ଋଣୀ ହୋଇ ରହିବି ।

jayashree
Leave A Reply

Your email address will not be published.