କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ମନ୍ତ୍ରୀ‌ଙ୍କ ଉ‌ତ୍ତର : ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ କରାଯିବ

ଭୁବନେ‌ଶ୍ୱର : ଆଜି ଗୃହରେ ସାଇନ୍ସ ପାର୍କ ଖୋଲିବା ନେଇ ଆଲୋଚନା ହୋଇଛି । ଏହାକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ ପଚାରିଥିଲେ । ତେବେ ଏହାର ଉତ୍ତରରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ମୋଟ ୩୦ଟି ସାଇନ୍ସ ପାର୍କ କରାଯିବ । ଗୋଟିଏ ସାଇନ୍ସ ପାର୍କ ନିର୍ମାଣ ପାଇଁ ୩୦ ମାସ ସମୟ ଲାଗିବ । ପ୍ରଥମ ପର୍ୟ୍ୟାୟରେ ୧୦ ଟି ଏବଂ ଦ୍ଵିତୀୟ ପର୍ୟ୍ୟାୟରେ ଆଉ ୧୦ ଟି ସାଇନ୍ସ ପାର୍କ ଖୋଲିବା ନେଇ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱରରେ ଗୋଟିଏ ସାଇନ୍ସ ପାର୍କ ରହିଛି । ଏହାସହ ୪ଟି ସ୍ଥାନରେ ସାଇନ୍ସ ପାର୍କ ନିର୍ମାଣ କରିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟର ବାରିପଦା କେଉଁଝର, ଗୋପାଳପୁର ଓ ରାୟଗଡ଼ାଠାରେ ସାଇନ୍ସ ପାର୍କ ହେବ । ଏହାସହ ରାଉରକେଲା ଏବଂ ବଲାଙ୍ଗୀରରେ ହେବାକୁ ଥିବା ସାଇନ୍ସ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ଏହାଛଡ଼ା ୩୦ଟି ଜିଲ୍ଲାରେ ୩୦ଟି ବିଜ୍ଞାନ କେନ୍ଦ୍ର ଖୋଲିବ ପାଇଁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.