ଘୋରଡିଆରେ ଅଗ୍ନି ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦୀଲିପ କୁମାର ଧାଉଡ଼ିଆ) : ଡେଲାଙ୍ଗର ବିଭିନ୍ନ ଗ୍ରାମ ପୁଞ୍ଜରେ ଅଗ୍ନି ଜଳା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରେ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ସୋମନାଥ ଦେବଙ୍କୁ ଛତି ଆଲଟ ଚାମ୍ବର, ଘଣ୍ଟ, କାହାଳୀ, ନଦିଆ ସଂକୀର୍ତ୍ତନ, ବାଜା ବାଣ ଫୁଟାଇ ସୁସଜ୍ଜିତ ଆଲୋକ ସଜା ମଧ୍ୟରେ ଠାକୁରଙ୍କୁ ଅଗ୍ନି ଉତ୍ସବ ସ୍ଥଳକୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା । ସେଠାରେ ପ୍ରଭୁଙ୍କ ନୀତିକାନ୍ତି ପୁଜାର୍ଚ୍ଚନା ପରେ ଗ୍ରାମବାସୀଙ୍କ ପକ୍ଷରୁ ଅଗ୍ନି ଦେବଙ୍କୁ ସମର୍ପିତ ଛଣ, ପାଳ, ନଡ଼ିଆ, ଫଳ, ପନିପରିବା, ପିଠା, ନୂଆ ବସ୍ତ୍ରର ସମ୍ଭାର ସୁଉଚ୍ଚ ପାଳ ଗଦାରେ ଅଗ୍ନି ସଂଯୋଗ କରାଯାଇଥିଲା । ଲୋକକଥା ରହିଛି ଅଗ୍ନି ସଂଯୋଗ ପାଳ ଗଦା ଯେଉଁ ଦିଗକୁ ଢଳିବ, ସେହି ଦିଗରେ ଭଲ ଫସଲ ହେବ । ଏହି ଉତ୍ସବରେ ପୂଜକ ପୁରୋହିତ, ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ଶତାଧିକ ଗ୍ରାମବାସୀ ସାମିଲ ହୋଇ ଆନଦ ଉତ୍ସାହ ସହ ଏହି ପର୍ବ ପାଳନ କରିଥିଲେ ।

Leave A Reply

Your email address will not be published.