ଆଜି ରାଜ୍ୟରେ ୯୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୦ ରହିଛି । ଆଜି ୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଲରୁ ୪, ବାଲେଶ୍ୱରରୁ ୮, ବରଗଡ଼ରୁ ୧୦, ବଲାଙ୍ଗିରରୁ ୧, ବୌଦ୍ଧରୁ ୧, କଟକରୁ ୪, ଗଜପତିରୁ ୧, ଗଞ୍ଜାମରୁ ୩, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧, କନ୍ଧମାଲରୁ ୩, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୮, ମୟୁରଭଞ୍ଜରୁ ୭, ନୂଆପଡାରୁ ୩, ପୁରୀରୁ ୨, ସମ୍ବଲପୁରରୁ ୧୭, ସୋନପୁରରୁ ୧, ସୁନ୍ଦରଗଡରୁ ୮ ଓ ଷ୍ଟେଟପୁଲରୁ ୧ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୩୭୦୧୮ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୪୪୦୦ ଜଣ ସୁସ୍ଥ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.