ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ପରେ ଏବେ ହରିୟାଣାରେ ମଧ୍ୟ ଲଭ୍ ଜିହାଦ୍ ଆଇନ ପ୍ରଯୁଜ୍ୟ ହେବ

ଚଣ୍ଡିଗଡ଼ : ହରିୟାଣା ସରକାର ଖୁବ୍ ଶୀଘ୍ର ରାଜ୍ୟରେ ଲଭ୍ ଜିହାଦ୍ ଆଇନ କାର୍ୟ୍ୟକାରୀ କରିବାକୁ ଯାଉଛନ୍ତି । ଏଥିପାଇଁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଫରିଦାବାଦରେ ବହୁ ଚର୍ଚ୍ଚିତ ନିକିତା ହତ୍ୟା ମାମଲା ପରେ ରାଜ୍ୟ ସରକାର ଏହି ଆଇନ ପ୍ରଣୟନ କରିବାକୁ ଘୋଷଣା କରିଥିଲେ ।
ନିକିତା ହତ୍ୟା ମାମଲାରେ ଏପରି ଅନେକ ସଙ୍କେତ ଥିଲା, ଯେଉଁଥିରେ ପ୍ରେମ ବାହାନାରେ ଧର୍ମାନ୍ତରିକରଣ ସାମ୍ନାକୁ ଆସିଥିଲା । ପୂର୍ବରୁ ହରିୟାଣାରେ ଏପରି ଅନେକ ଘଟଣା ଘଟିଛି, ଯେଉଁଥିରେ ପ୍ରେମର ଛଳନା ଦ୍ୱାରା ଧର୍ମ ପରିବର୍ତ୍ତନ କରାଯାଇଥିଲା । ସୂଚନା ଅନୁସାରେ ପ୍ରାୟ ତିନିମାସ ପୂର୍ବେ ଏହି ଘଟଣାଗୁଡ଼ିକ ଜାଣିବା ପରେ ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟି ଉତ୍ତରପ୍ରଦେଶ ସମେତ ସମସ୍ତ ରାଜ୍ୟର ଲଭ୍ ଜିହାଦ୍ ଆଇନ ଅଧ୍ୟୟନ କରିଥିଲା, ​ଯେଉଁଠାରେ ଏହି ନିୟମ ପ୍ରଯୁଜ୍ୟ । ଏହି କମିଟି ଦ୍ୱାରା ଗୃହ ବିଭାଗ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.