jayashree

ବଲାଙ୍ଗିର ସ୍ଥାନୀୟ ଯାଦବ ଭବନ ଠାରେ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ଯାଦବ ଭବନ ଠାରେ ବୁଧବାର ସମ୍ବିଧାନ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ସମ୍ବିଧାନର ମହତ୍ତ୍ଵ, ପ୍ରସ୍ତାବନା, ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନବସେତୁ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଇଂ ବେଲାର ସିଂ ଭୋଇ ଯୋଗ ଦେଇ ସମ୍ବିଧାନ ଆମକୁ ସମାନତା, ସ୍ଵାଧୀନତା, ନ୍ୟାୟ ଓ ଭ୍ରାତୃତ୍ଵର ବାର୍ତ୍ତା ଦେଇଛି ବୋଲି କହିଥିଲେ । ଡା. ବି. ଆର୍. ଆମ୍ବେଦକରଙ୍କ ନେତୃତ୍ଵରେ ପ୍ରସ୍ତୁତ ସମ୍ବିଧାନ ଆଜି ବି ଦେଶର ଆତ୍ମା ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ, ବରିଷ୍ଠ ଆଇନଜୀବୀ ଟଙ୍କଧର ଗଡତ୍ୟା, ଯୁବନେତା ସିତାରାମ କୁମ୍ଭାର, ପ୍ରଫେସର ଅବିନାଶ ନାଗ, ତ୍ରିଲୋଚନ ସେଠି, ଆଇନଜୀବୀ ମଧୁସୂଦନ ସେଠି, ସେବତୀ ଧରୁଆ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ବକ୍ତାମାନେ କହିଥିଲେ, ସମ୍ବିଧାନ କେବଳ ଏକ ବହି ନୁହେଁ, ଏହା ପ୍ରତ୍ୟେକ ନାଗରିକର ଅଧିକାର ଓ କର୍ତ୍ତବ୍ୟର ରକ୍ଷା କବଚ । ବିଦ୍ୟାଳୟ ସ୍ତରରୁ ହିଁ ପିଲାମାନଙ୍କୁ ସମ୍ବିଧାନ ବିଷୟରେ ଶିକ୍ଷା ଦେବା ଆବଶ୍ୟକ । ଶେଷରେ ତରଣୀ ସେନ ଦୀପ ଧନ୍ୟବାଦ ଅର୍ପଣ ସହ ନିଜ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଡ. ଅର୍ଜୁନ ମୁଗ୍ରି, ସରୋଜ କୁମାର ମେଶ୍ଵା, ଜ୍ୟୋତିଷ ମୁଗ୍ରି, ରଜନୀ କାନ୍ତ ବୌଦ୍ଧ, ରାଜେନ୍ଦ୍ର ସୁନା, ମଧୁସୂଦନ କ୍ଷେତୀ, କୋଶଳେଶ୍ଵର ସୁନା, ଆନନ୍ଦ ଛତ୍ରିଆ, ସୁନୀଲ ନନ୍ଦ, ଆର୍ତ୍ତତ୍ରାଣ ବାଗ, ଶଙ୍କର୍ଷଣ ମହାକୁର, ଚନ୍ଦ୍ରଭାନୁ ପଧାନ, ଯଶୋବନ୍ତ ବରିହା, କାଳିନ୍ଦୀ ମାଝି, ପଦ୍ମିନୀ ଭୂଏ, ପ୍ରକାଶ ହରିପାଳ, ସୁଦାମ ସାହୁ, ଉତ୍ତମ ଖମାରୀ, କାଦମ୍ବିନୀ ଯୁଏଡ, ମନୋରଞ୍ଜନ ନାୟକ, ମକାରୁ କୁଅଁର, ବିହାରି ଦିପ, ସସ୍ମିତା ମେହେର, ସୁବାସିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.