jayashree

ଝୁପୁଡିପଡା ରାସ୍ତା ପାଇଁ ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ରେଲୱେ ଏଡିଇଏନ୍‌ ଅଫିସ ଘେରାଉ

ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ରେଳ ବିଭାଗର ମନମୁଖୀ କାର୍ଯ୍ୟକଳାପ ଓ ଅବହେଳାକୁ ବିରୋଧ କରି ଆଜି କଣ୍ଟାବାଞ୍ଜିରେ ରେଳବାଇ ବିଭାଗର ଏଡିଇଏନ୍‌ କାର୍ଯ୍ୟାଳୟ ଘେରାଉ କରାଯାଇଛି । ରେଳବାଇ ଷ୍ଟେସନ ପାଖରେ ଥିବା ଝୁପୁଡିପଡାରେ ରେଳ ବିଭାଗ ପକ୍ଷରୁ ଉନ୍ନତି ମୂଳକ କାମ ଆର୍‌ବିଏନ୍‌ଏଲ୍‌ ପକ୍ଷରୁ ହେଉଛି । ତେବେ ଏଥିରେ ପଡାରେ ଥିବା ଦୀର୍ଘ ବର୍ଷର ରାସ୍ତାକୁ ମଧ୍ୟ ବିଚ୍ଛେଦ କରିଛି ରେଳ ବିଭାଗ । ଏହାର ପ୍ରତିବାଦରେ ଏହି ଘେରାଉ କରାଯାଇଛି । ଓଡ଼ିଶା ଜନତା କଂଗ୍ରେସ ପାର୍ଟି, କଣ୍ଟାବାଞ୍ଜି ପକ୍ଷରୁ ଆୟୋଜିତ ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ କର୍ମୀ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ । ବଲାଙ୍ଗିର ଜିଲ୍ଲା ସଭାପତି ରୁପେଶ ବେହେରାଙ୍କ ନେତୃତ୍ୱରେ ଶହ ଶହ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ହାତରେ ପତାକା ଓ ବ୍ୟାନର ଧରି ରେଳ ବିଭାଗ ବିରୋଧରେ ନାରାବାଜି କରିଥିଲେ ଆନ୍ଦୋଳନକାରୀ । ରେଳ ବିଭାଗର ମନମୁଖୀ କାର୍ଯ୍ୟକୁ ବନ୍ଦ କରିବା ସହ ସ୍ଥାନୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଦାବି ପୂରଣ କରିବାକୁ ଆନ୍ଦୋଳନକାରୀ ଦାବି କରିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.