jayashree

ବଙ୍ଗୋମୁଣ୍ଡାରେ ଯୁବ ବିଜେଡି ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଆମ୍ବେଦକର ଛକ ଠାରେ ଯୁବ ବିଜେଡି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସମ୍ବିଧାନର ପ୍ରଣେତା ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ଯୁବ ବିଜେଡି ସଭାପତି ପ୍ରେମିସ ଚନ୍ଦ୍ର ବାଗଙ୍କ ନେତୃତ୍ୱରେ ମୁଖ୍ୟଅତିଥି ଭାବେ ପୂର୍ବତନ ବଲାଙ୍ଗିର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ନିରୂପମା ମାଝୀ,ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଓକିଲ ସଂଘ ସଭାପତି ସୁଧାଂଶୁ ଦାସ, ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ରାଓ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ପୂର୍ବତନ ବଙ୍ଗୋମୁଣ୍ଡା ସରପଞ୍ଚ ଜଗଦୀଶ ସୁନା, ବଙ୍ଗୋମୁଣ୍ଡା କଳାକାର ସଂଘ ସଭାପତି ରେଣୁରଞ୍ଜନ ବାଗ, ଜିଲ୍ଲା ଯୁବ ବିଜେଡି ଉପ ସଭାପତି ବିରଞ୍ଚି ଜାଲ, କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଯୁବ ବିଜେଡି ସଭାପତି ବିଷ୍ଣୁ ଜୁଏଡ଼, ମହିଳା ଜିଲ୍ଲା ସମ୍ପାଦିକା ପିଙ୍କି ଖରସେଲ, ଜିଲ୍ଲା ଉପ ସଭାପତି ଦେବାର ବାରିକ, ବଙ୍ଗୋମୁଣ୍ଡା ବ୍ଲକ ଆଇଟି ସେଲ ସଂଯୋଜକ ତ୍ରିବିକ୍ରମ ବେହେରା, କପିଲାଭଟା ପଞ୍ଚାୟତ ବିଜେଡି ସଭାପତି ଧର୍ମେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଭାରତୀୟ ସମ୍ବିଧାନର ଗୌରବ, ଗଣତନ୍ତ୍ରର ମୂଲ୍ୟବୋଧ ଓ ନାଗରିକଙ୍କ ଅଧିକାର ତଥା କର୍ତ୍ତବ୍ୟକୁ ସ୍ମରଣ କରି ଆଜି ସମ୍ବିଧାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ସମ୍ବିଧାନର ପ୍ରଣେତା ଡ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଅବଦାନକୁ ସ୍ମରଣ କରି ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଯାଇଥିଲା। ସମ୍ବିଧାନ ଆମ ଦେଶର ଗଣତନ୍ତ୍ର, ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାଇଚାରାର ମୂଳ ଆଧାର। ଏହାର ମୂଲ୍ୟବୋଧକୁ ଜୀବନରେ ଅନୁସରଣ କରି ଏକ ସୁସ୍ଥ, ସମୃଦ୍ଧ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏହି ଦିବସରେ ସମ୍ବିଧାନର ମର୍ଯ୍ୟାଦା ରକ୍ଷା କରିବା ସହ ଦେଶର ଏକତା ଓ ଅଖଣ୍ଡତା ପ୍ରତି ସମର୍ପିତ ହେବାର ସଂକଳ୍ପ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ନରେଶ ବାଗ ସଭା ପରିଚାଳନା କରିଥିଲେ । ଏଥିରେ ପ୍ରଦୀପ ବାଗ, ଦିଲୀପ କୁମ୍ଭାର, ରଞ୍ଜନ ବାଗ, ପୂର୍ଣ୍ଣଚନ୍ଦ୍ର ମେହେର, ଜ୍ୟୋତିରଞ୍ଜନ ମିଶ୍ର, କପିଳାସ ମେହେର, ମାନସ ସାହୁ, ଓମ ପ୍ରକାଶ ବେହେରା, ଲକ୍ଷ୍ମୀ ବେହେରା, ଦୁଲମଣି ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.